ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ଏବଂ ଫେବ୍ରୁଆରୀ ମାସରେ ୨୨୫ଟି ସଂଗୃହୀତ ନମୁନାରୁ ୫୯ ଜଣ ଏଚ୍୩ଏନ୍୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ଏଥିରେ କୋଭିଡ୍ ପରି ଲକ୍ଷଣ ଦେଖା ଦେଇଥାଏ । ଥଣ୍ଡା ସହ କାଶ, ତଣ୍ଟି ଦରଜ, ଜର କିମ୍ବା ଶ୍ୱାସ ଜନିତ ସମସ୍ୟା ହେଲେ ତୁରନ୍ତ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି । ବାୟୁ ଦ୍ୱାରା ଏହି ଭୁତାଣୁ ବ୍ୟାପିଥାଏ । ସାଧାରଣ ସ୍ଥାନରେ କାଶ ଛିଙ୍କ ବେଳେ ରୁମାଲ ବ୍ୟବହାର କରିବା ଏବଂ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଜ୍ୱର, ଛାତିରେ ଯନ୍ତ୍ରଣା ଏବଂ ଖାଇବାରେ ଅସୁବିଦା ହେଲେ ତୁରନ୍ତ ଡାକ୍ତଙ୍କୁ ଦେଖାଇବା ଉଚିତ୍ । ରୋଗ ପ୍ରତିଷେଧକ ଶକ୍ତି କମ୍ ଥିବା ଏବଂ ବୟସ୍କଙ୍କ ନିକଟେର ଏହା ଗୁରୁତର ହେବାର ସମ୍ଭାବନା ରହିଛି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..