ରିପୋର୍ଟ କାର୍ଡ / ଭୁବନେଶ୍ବର
ରୂପି ଦୂର ପାଇଁ ନଡିଆ ତେଲରେ ଲେମ୍ବୁ ରସ ମିଶାଇ ୧୦ ରୁ ୧୫ ମିନିଟ୍ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ । ଏହା ରୂପି ସମସ୍ୟାକୁ ଦୂର କରିଥାଏ ।
କେଶରୁ ରୂପି ସମସ୍ୟାକୁ ଦୂର ପାଇଁ ଦହି ମଧ୍ୟ ବେଶ ଉପକାରୀ । ଦହିକୁ କେଶ ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ । ୨୦ ରୁ ୨୫ ମିନିଟ ଯାଏଁ କେଶରେ ଲଗାଇ ରଖି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ରୂପି ଦୂର ହୋଇଥାଏ । ଏହାସହ କେଶ ରେଶମୀ ମଧ୍ୟ ହୋଇଥାଏ ।
ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି । ଏହା କେଶରୁ ରୂପି ଦୂର କରିବାକୁ ବେଶ ସହାୟକ ହୋଇଥାଏ । ଘିକୁଆଁରୀ ରସକୁ କେଶ ମୂଳରେ ଲଗାଇ ୧୫ ରୁ ୨୦ ମିନିଟ୍ ଯାଏଁ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।
ଅଲିଭ ଅଏଲ ଓ ଦହି –
ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ। ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।
More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
କେଶର ଯତ୍ନ ନେବା କିପରି, ଆସନ୍ତୁ ଜାଣିବା…..