ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାଇତିରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ମୃତ୍ୟୁସଂଖ୍ୟା ୧୨୦୦କୁ ବୃଦ୍ଧିପାଇଛି। ଉଦ୍ଧାରକାରୀ ଦଳ ଧ୍ୱଂସ ସ୍ତୁପ ମଧ୍ୟରୁ ମୃତାହତକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି। ଦେଶର ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ଲେସ କାୟେସ ସହର ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ସହରର ଜନସାଧାରଣ ଭୂକମ୍ପ ପରବର୍ତ୍ତୀ କମ୍ପନ ଭୟରେ ରବିବାର ରାତି ତମାମ ଖୋଲା ସ୍ଥାନରେ ବିତାଇଥିଲେ। ସଂପ୍ରତି ଦିନ ରାତି ଭାରି ଯନ୍ତ୍ରଗୁଡିକ ସାହାଯ୍ୟରେ ଭଗ୍ନ କୋଠାଗୁଡିକୁ ହଟାଇ ମୃତାହତଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି। ନିଜ ପ୍ରିୟ ପରିଜନଙ୍କୁ ଏପର୍ଯ୍ୟନ୍ତ ଖୋଜି ପାଉନଥିବା ଲୋକମାନେ ଧ୍ୱଂସସ୍ତୁପ ନିକଟରେ ବସି ରହିଛନ୍ତି। ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ପାଇଯାଇଥିବା ଲୋକମାନେ ସେମାନଙ୍କର ଭୟାନକ କାହାଣୀ ବର୍ଣ୍ଣନା କରିଛନ୍ତି। ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ବନ୍ଦ ହେବାକୁ ବସିଥିବାବେଳେ ସେମାନେ ବଞ୍ଚିଯାଇଥିବା କହିଛନ୍ତି। ଏଥିସହିତ ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ରାଜଧାନୀ ପୋର୍ଟ ଅଫ ପ୍ରିନ୍ସ ୨୦୧୦ରେ ହୋଇଥିବା ଏକ ବଡଧରଣର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତିର ସାମନା କରିଥିଲା। ଚଳିତ ଥର ପ୍ରାୟ ୧୩୬୦୦ କୋଠା ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବାଏବଂ ୧୩୭୦୦ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି। ଏବେ ମଧ୍ୟ ଶତାଧିକ ଲୋକ ଧ୍ୱଂସସ୍ତୁପ ତଳେ ଚାପି ହୋି ରହିଛନ୍ତି। ଏହି ବିପର୍ଯ୍ୟୟରେ ୫୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ଏପଯ୍ୟଁନ୍ତ ଖବର ମିଳିଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..