ରିପୋର୍ଟ କାର୍ଡ / ମୁମ୍ବାଇ
ଇସ୍ରାଏଲ ସହ ଯୁଦ୍ଧ କରୁଥିବା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ୧୯୯ ଜଣ ନୀରିହ ଲୋକଙ୍କୁ ପଣବନ୍ଦୀ କରି ରଖିଛି। ଗାଜା ଷ୍ଟ୍ରିପ୍ ଦେଇ ଇସ୍ରାଏଲରେ ପଶିବା ପରେ ହମାସ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ। ଏହାପରେ ସୀମାନ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ଅପହରଣ କରି ନେଇ ଯାଇଥିଲେ ବୋଲି ଇସ୍ରାଏଲ ସେନା କହିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି, “ଆମେ ସ୍ଥିତି ସମ୍ପର୍କରେ ପଣବନ୍ଦୀ ହୋଇ ରହିଥିବା ୧୯୯ ଜଣ ଲୋକଙ୍କ ପରିବାର ବର୍ଗଙ୍କୁ ଅବଗତ କରାଇଛୁ। ପୂର୍ବରୁ ପଣବନ୍ଦୀଙ୍କ ସଂଖ୍ୟା ୧୫୫ ଥିବା କୁହାଯାଉଥିଲା। ହେଲେ ଏବେ ଏହା ୧୯୯ ଥିବା ସ୍ପଷ୍ଟ ହୋଇଛି।”






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……