Report Card Odisha

| Daily Odia News

ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / କଟକ

ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଏସ୍‌ଆଇଙ୍କ ନାଁ ଅଶୋକ ପ୍ରଧାନ। ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି | ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରିଥିଲେ ଏଏସ୍‌ଆଇ ଅଶୋକ ପ୍ରଧାନ। ଘରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଥିଲେ। ହେଲେ ଆଜି ସକାଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେଣୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, ଗତକାଲି ଅଫିସ୍‌ରୁ ଫେରିବା ପରେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ତେବେ ପରିବାର ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

 

Breaking News