Report Card Odisha

| Daily Odia News

ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ….

ରିପୋର୍ଟ କାର୍ଡ / ମାଲକାନଗିରି

ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଛି ପୋଲିସ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପ୍ରଭାକର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ। ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୁଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

Breaking News