ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନୀ ମାନଙ୍କର ବର୍ବରତା କାଣ୍ଡ ଜାରିରହିଛି | ଭୟରେ ଆଫଗାନର ବାସିନ୍ଦା ଦେଶ ଛାଡି ପଳାଇଯାଉଛନ୍ତି | ଏହି ସ୍ଥତିରେ ରାଜଧାନୀ କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ଦିନ ଦୁଶାନବେରୁ ଏକ ଏୟାର ଇଣ୍ଡିଆ ବିମାନ (ଏଆଇ ୧୯୫୬) ୭୮ ଜଣଙ୍କ ସହ ଦିଲ୍ଲୀରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ମଧ୍ୟ ଥିଲେ । ଏହା ବ୍ୟତୀତ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ସେମାନଙ୍କ ସହ ଆସିଛନ୍ତି । ଏଥି ସହିତ ଶିଖ ସମ୍ପ୍ରଦାୟର କିଛି ଲୋକ ପବିତ୍ର ଗୁରୁ ଗ୍ରନ୍ଥ ସାହେବଙ୍କ ୩ କପି ସେମାନଙ୍କ ସହ କାବୁଲ ଗୁରୁଦ୍ୱାରରୁ ଆଣିଥିଲେ । ଯାହାକୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ବିଜେପି ନେତା ଆର.ପି. ସିଂ ସେମାନଙ୍କୁ ଗ୍ରହଣ କରିଥିଲେ । ତେବେ ଦେଖଣାହାରୀଙ୍କ ମନ ମୋହିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କାରଣ ଗୁରୁ ଗ୍ରନ୍ଥ ସାହେବଙ୍କ କପିକୁ ସେ ଖାଲି ପାଦରେ ଚାଲି ଚାଲି ମୁଣ୍ଡରେ ବୋହି ଆଣିଥିଲେ । ଏହାସହ ମୁଖରେ ଶୁଣିବାକୁ ମିିଳିଥିଲା ସତ ନାମ ଶ୍ରୀ ଓ୍ୱାହେଗୁରୁ । ଏହାପୂର୍ବରୁ ଶିଖ ସମ୍ପ୍ରଦାୟର ଲୋକମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।
Discussion about this post