ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିଜେପିର ରାଜ୍ୟ ସଭାପତି ନାୟବ ସିଂହ ସୈନି। ଲୋକସଭା ନିର୍ବାଚନ ସିଟି ଶେୟାରିଂକୁ ନେଇ ବିଜେପି ଓ ସହଯୋଗୀ ଜେଜେପି ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା। ଏହି କାରଣରୁ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ନାୟବ ସିଂହ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ସେ ନିଜର ଘନିଷ୍ଠ ବିଧାୟକମାନଙ୍କୁ ସାଥୀରେ ଧରି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ମଧ୍ୟ ଜଣାଇଛନ୍ତି। ଖୁବଶୀଘ୍ର ନାୟବ ସିଂହ ହରିଆଣାର ମୁଖ୍ୟମନ୍ତ୍ରୀ ହେବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..