ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ସୋମବାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଥିଲେ। ସଂସଦରେ ପ୍ରବଳ ବିରୋଧ ମଧ୍ୟରେ ଉକ୍ତ ବିଲ୍ ୨୦୧୯ ମସିହା ଡିସେମ୍ବର ମାସରେ ଗୃହୀତ ହୋଇଥିଲା। ପ୍ରଥମ ଥର ପାଇଁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ବ୍ୟବସ୍ଥା ଏହି ଆଇନରେ ରହିଛି। ସିଏଏକୁ ବିରୋଧ କରି ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ବିରୋଧୀ ଦଳ ସମେତ ଅଣ ବିଜେପି ରାଜ୍ୟଗୁଡ଼ିକ ଏହି ଆଇନକୁ ଦୃଢ଼ ବିରୋଧ କରିଥିଲେ। ସିଏଏ ବିଜ୍ଞପ୍ତି ଜାରି ହେବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏମଧ୍ୟରେ ସାଉଥ୍ ସୁପରଷ୍ଟାର ତଥା ତାମିଲାଗା ଭେଟ୍ରି କାଜଗାମର ମୁଖ୍ୟ ଥଲପତି ବିଜୟ ଏହାକୁ ବିରୋଧ କରିଥିବା ସାମ୍ନାକୁ ଆସିଛି। ତାମିଲନାଡ଼ୁରେ ଯେମିତି ଏହି ସିଏଏ ଲାଗୁ ନହୁଏ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ଦେଶର ନାଗରିକମାନେ ସାମାଜିକ ସମନ୍ୱୟ ସହ ରହୁଥିବା ବେଳେ ଭାରତୀୟ ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ (ସିଏଏ) ପରି କୌଣସି ଆଇନ କାର୍ଯ୍ୟକାରୀ ହେବା ଗ୍ରହଣୀୟ ନୁହେଁ। ତାମିଲନାଡୁରେ ଏହି ଆଇନ ଯେମିତି କାର୍ଯ୍ୟକାରୀ ନହେବ ତାହା ନେତାମାନେ ସୁନିଶ୍ଚିତ କରିବା ଉଚିତ ବୋଲି ସେ କହିଛନ୍ତି।






More Stories
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……
ଯିଏ ଚାହିଁବ ଦଳ ଛାଡ଼ି ପାରିବ…..