Report Card Odisha

| Daily Odia News

ଓଲଟିଲା ସ୍କୁଲ୍ ବସ୍ , ୬ ଛାତ୍ରଛାତ୍ରୀ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହରିୟାଣାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଆଜି ସକାଳେ ଏକ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏକ ଘରୋଇ ସ୍କୁଲ୍ ବସ୍ ପିଲାମାନଙ୍କୁ ନେଇ ଯାଉଥିଲା। ଏହି ସମୟରେ ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ପିଲା ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭର ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News