ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣା ସାମ୍ପ୍ରଦାୟିକ ହିଂସା ସମୟରେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଏନେଇ ଥାନାରେ ରୁଜୁ ହୋଇଥିବା ଏକ ମାମଲାରୁ ଜଣାପଡ଼ିଛି। ସୂଚନା ଅନୁସାରେ, ମଙ୍ଗଳବାର ନୁହ ନଗର ପୋଲିସ ଷ୍ଟେସନରେ ଦିଆଯାଇଥିବା ଏତଲା ଅନୁସାରେ, ସୋମବାର ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ। କାର ଭିତରେ ସେ ଏବଂ ତାଙ୍କ ୩ ବର୍ଷର ଝିଅ ଥିବାବେଳେ ଗୁଳିମାଡ଼ ହୋଇଥିଲା। ଉଭୟ କୌଶଳକ୍ରମେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ନୁହ ଥାନାରେ ଏକ ମାମଲା ରୁଜୁ କରାଯାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….