Report Card Odisha

| Daily Odia News

ହାଥ୍‌ରସ ଦଳାଚକଟା ଘଟଣାରେ ୧୪ଦିନିଆ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥ୍‌ରସ ଦଳାଚକଟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଧୁକରଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିବାବେଳେ ଶନିବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପୋଲିସର ଆବେଦନ ଆଧାରରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ମଧୁକରଙ୍କ ଓକିଲ ଏପି ସିଂହ କହିଛନ୍ତି ଯେ ତାଙ୍କ ମହକିଲ ଦିଲ୍ଲୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ହାଥ୍‌ରସରେ ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଯେଉଁ ଦଳାଚକଟା ହୋଇଥିଲା ତା’ର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମଧୁକର। ମଧୁରକର ହେଉଛନ୍ତି ଭୋଲେ ବାବା ଓରଫ୍‌ ନାରାୟଣ ସାକାର ହରିଙ୍କ ମୁଖ୍ୟ ସେବାଦାର। ମୁଖ୍ୟ ସେବାଦାର ଭାବେ ମଧୁକର ସତ୍‌ସଙ୍ଗ ଆୟୋଜନ କରିଥିଲେ। ଜୁଲାଇ ୨ରେ ହୋଇଥିବା ଏହି ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମଧୁକରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ସନ୍ଦିଗ୍ଧ ରାମପ୍ରକାଶ ସାକ୍ଷ୍ୟ ଓ ସଞ୍ଜୁ ଯାଦବଙ୍କୁ ପୋଲିସ ଅଟକ ରଖିଛି। ତେବେ ଭୋଲେ ବାବା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ତେବେ ଭୋଲେ ବାବା ଶନିବାର ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଏକ ଅଜ୍ଞାତ ସ୍ଥାନରୁ କହିଛନ୍ତି ଯେ ହାଥରସ ଘଟଣାକୁ ନେଇ ସେ ଅତ୍ୟନ୍ତ ମର୍ମାହତ। ଏହି ଘଟଣାରେ ପୀଡିତ ଓ ପ୍ରଭାବିତ ପରିବାରଙ୍କୁ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବାକୁ କହିଛନ୍ତି। ମଧୁକର ଗିରଫ ହେବାର କିଛି ଘଣ୍ଟା ପରେ ସେ ଏପରି କହିଛନ୍ତି।

Breaking News