Report Card Odisha

| Daily Odia News

ହତ୍ୟାଠାରୁ ବି ଦୁଷ୍କର୍ମ ଅଧିକ ଜଘନ୍ୟ:ହାଇକୋର୍ଟ……

ରିପୋର୍ଟ କାର୍ଡ / କଟକ

ନିଜ ଝିଅ ସହିତ ଦୁଷ୍କର୍ମ କରି ନିମ୍ନ ଅଦାଲତ ଦ୍ୱାରା ଦଣ୍ଡିତ ହୋଇଥିବା ବାପାର ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି | ଆବେଦନକାରୀ ବାପା କରିଥିବା ଅପରାଧ ଦ୍ୱାରା ସମାଜରେ ମାରାତ୍ମକ ପ୍ରଭାବ ପଡିଛି | ହତ୍ୟା ଠାରୁ ଦୁଷ୍କର୍ମ ଅପରାଧ ଅଧିକ ଜଘନ୍ୟ | ଏପରି ଅପରାଧ ଅସହାୟ ଆତ୍ମାକୁ ନଷ୍ଟ କରିଥାଏ | ବଂଚି ରହିବା ପର୍ଯ୍ୟନ୍ତ ପୀଡିତ ଅଲିଭା କଳଙ୍କକୁ ବହନ କରିଥାନ୍ତି ବୋଲି ହାଇକୋର୍ଟ କହିଛନ୍ତି | ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ପରିବାରରେ ମହିଳା ଦୁଃଖରେ ବଞ୍ଚିଥାନ୍ତି | ସେହି ପରିବାର ବହୁ ଶୀଘ୍ର କ୍ଷୟ ହୋଇଥାଏ | କିନ୍ତୁ ଯେଉଁ ପରିବାରରେ ମହିଳା ସୁଖୀ ଥାନ୍ତି ତାହା ସବୁବେଳେ ସମୃଦ୍ଧ ହୋଇଥାଏ | ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୭ ଅଗଷ୍ଟ ୨୪ରେ ଦୋଷୀ ବାପା ଟା ଝିଅ ସହିତ ଦୁଷ୍କର୍ମ କରିଥିବା ନେଇ ନୟାଗଡ଼ ରଣପୁର ଥାନାରେ ଅଗଷ୍ଟ ୨୭ରେ ଅଭିଯୋଗ ହୋଇଥିଲା | ୧୪ ବର୍ଷୀୟ ପୀଡ଼ିତାଙ୍କୁ ଦୁଷ୍କର୍ମ ମାମଲାର ନୟାଗଡ଼ ସହକାରୀ ଦୌରାଜଜ ତଥା ମୁଖ୍ୟ ବିଚାରବିଭାଗୟ ମାଜିଷ୍ଟ୍ରେଟ ଅଦାଲତ ଶୁଣାଣି କରି ୨୦୦୯ ଅକ୍ଟୋବର ୨୦ରେ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରିଥିଲେ | ଆଇପିସିର ଦଫା ୩୭୬ ଓ ୩୪୧ ରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଅଦାଲତ ପ୍ରଦାନ କରିଥିଲେ | ଏହି ରାୟକୁ ଚାଲେଞ୍ଜ କରି ଦିଶି ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହିତ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଛନ୍ତି | ଏଥିସହିତ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ ପାଇଁ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି |

 

Breaking News