ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନକୁ ଅବିସ୍ମରଣୀୟ କରିବାକୁ ଗୋଟିଏ ଖଣ୍ଡପୀଠରେ ହୋଇଛି ୭୫ ମାମଲାର ରାୟ ପ୍ରକାଶ। ଜଷ୍ଟିସ ଦେବବ୍ରତ ଦାସ ଏବଂ ଜଷ୍ଟିସ ଏସ. କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ୭୫ଟି ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅପରାଧରେ ବିଭିନ୍ନ ସେସନ୍ସ କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ୭୫ଟି କ୍ରିମିନାଲ ଅପିଲର ରାୟ ପ୍ରକାଶ କରାଯାଇଛି। ଏ ସମସ୍ତ ଅପିଲଗୁଡ଼ିକ ପ୍ରାୟ ୭ ବର୍ଷରୁ ଅଧିକ ସମୟ ଧରି ବିଚାର ପାଇଁ ପଡ଼ିରହିଥିଲା। ଅଧିକାଂଶ ଆସାମୀ ଜେଲରେ ଥାଇ ଅପିଲ କରିଥିବାବେଳେ ଆଉ କେତେକ ଜାମିନରେ ମୁକ୍ତ ହୋଇଛନ୍ତି। ପ୍ରକାଶିତ ରାୟରେ କେତେକଙ୍କୁ ମୁକ୍ତି ମିଳିଥିବାବେଳେ ଅନ୍ୟ କିଛି ଆବେଦନକାରୀଙ୍କୁ ନିରାଶ ହେବାକୁ ପଡିଥିଲା। ଗତ ଜୁନ ୨୧ ତାରିଖରୁ କ୍ରମାଗତ ଭାବେ ମାମଲା ଉପରେ ଶୁଣାଣି କରିଥିଲେ ହାଇକୋର୍ଟ।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..