ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈବାହିକ ବଳାତ୍କାରର ଅପରାଧିକରଣ ପାଇଁ ଦାବି କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ଯେ, କୌଣସି ବିବାହିତା ମହିଳାଙ୍କୁ ସମ୍ପର୍କ ରଖିବାକୁ ମନା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ । କିନ୍ତୁ ବିନା ଅନୁମତିରେ ସମ୍ବନ୍ଧ ରଖିବା ଉପରେ ବଳାତ୍କାର ମାମଲା ରୁଜୁ କରିବାର ଅଧିକାର ସେମାନଙ୍କର ରହିଛି । ବିଚାରପତି ରାଜୀବ ଶକଧର ଓ ହରି ଶଙ୍କର ଏହି ପିଟିସନ ଉପରେ ଶୁଣାଣି କରିଛନ୍ତି । ଜଷ୍ଟିସ୍ ଶକଧରଙ୍କ କହିବା ମୁତାବକ, ସେକ୍ସକର୍ମୀମାନେ ନିଜ ଗ୍ରାହକମାନଙ୍କୁ ନା କହିବାର ଅଧିକାର ରହିଛି । କିନ୍ତୁ ଯେବେ ସ୍ୱାମୀଙ୍କ କଥା ଆସେ, ସେତେବେଳେ ଜଣେ ମହିଳାଙ୍କୁ ନା କହିବାର ଅଧିକାରୀ କାହିଁକି ମିଳିବନି ।’ ସେକ୍ସ କର୍ମୀମାନେ କୌଣସି ବି ସମୟରେ ନା କହିପାରିବେ । କ’ଣ ଜଣେ ପତ୍ନୀଙ୍କୁ ତାଙ୍କ ତଳେ ରଖିବା ଉଚିତ୍ ବୋଲି ଜଷ୍ଟିସ୍ ଶକଧର ପ୍ରଶ୍ନ କରିଛନ୍ତି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..