ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଡିଏସ୍ ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା କହିଛନ୍ତି। କଂଗ୍ରେସ ଠାରୁ ଅଲଗା ହେବା ପରେ ଜେଡିଏସ୍ ନେତା କୁମାରସ୍ୱାମୀ ବିଜେପି ସହ ମିଶି କାମ କରିବ ବୋଲି କହିଥିଲେ। ୨୦୨୪ରେ ବିଜେପି ଓ ଜେଡିଏସ୍ କର୍ଣ୍ଣାଟକାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ। କିନ୍ତୁ ଏହି ଚର୍ଚ୍ଚା ଉପରେ ଆଜି ଦେବଗୌଡ଼ା ସ୍ପଷ୍ଟ କରିଛନ୍ତି । କୁମାରସ୍ୱାମୀ ହେଉଛନ୍ତି ଦେବଗୌଡ଼ାଙ୍କ ପୁଅ। ଗତ ସପ୍ତାହରେ ସେ କହିଥିଲେ ଯେ ତାଙ୍କ ଦଳ ବିଜେପି ସହ ମିଶି କଂଗ୍ରେସ ସରକାରଙ୍କ ବିରୋଧରେ ରାଜ୍ୟରେ ଲଢ଼ିବେ। ଏହାପରେ ଜେଡିଏସ୍-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନିକଟରେ କର୍ଣ୍ଣାଟକା ବିଧାନସଭାରୁ ୧୦ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ବିରୋଧରେ ବିଜେପି ସହ ଜେଡିଏସର ବିଧାୟକମାନେ ସ୍ୱର ଉଠାଇଥିଲେ। ବିଜେପି ଭଳି ଜେଡିଏସ ମଧ୍ୟ ବିଧାୟକମାନଙ୍କ ନିଲମ୍ବନ ବିରୋଧରେ ଗୃହ କାର୍ଯ୍ୟକୁ ବୟକଟ କରିଥିଲା। ଏବେ କିନ୍ତୁ ଦେବଗୌଡ଼ା କହିଛନ୍ତି, “ଜେଡିଏସ୍ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ିବ। ଆମେ ୫,୬,୩,୨ କିମ୍ବା ଗୋଟିଏ ଆସନ ଜିତିଲେ ମଧ୍ୟ ଏକାକୀ ଲଢ଼ିବୁ। ଆମେ ଯେଉଁ ସବୁ ସ୍ଥାନରେ ଶକ୍ତିଶାଳୀ, ସେଠାରେ ହିଁ ଆମେ ପ୍ରାର୍ଥୀ ଦେବୁ। ଏହାପୂର୍ବରୁ ସ୍ଥାନୀୟ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରାଯିବ।”





More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……