ରିପୋର୍ଟ କାର୍ଡ / ବଲାଙ୍ଗୀର
ଶିଶୁ ଦିବସରେ ପିଲାଙ୍କୁ ଭାଷଣ ଦେଉ ଦେଉ ଟଳି ପଡ଼ିଲେ ପ୍ରଧାନଶିକ୍ଷକ। ଘଟଣାସ୍ଥଳରେ ହିଁ ଶିକ୍ଷକଙ୍କ ଚାଲିଗଲା ଜୀବନ। ଏଭଳି ଏକ ବଡ଼ ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଲ୍ଲୀବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ପ୍ରାଣ ହରାଇଥିବା ପ୍ରଧାନଶିକ୍ଷକଙ୍କ ନାଁ ପର୍ଶୁରାମ ଦାସ ଏବଂ ତାଙ୍କ ଘର କଟକ ଜିଲ୍ଲାରେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ-ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଭାଷଣ ଦେଉଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ସହକର୍ମୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିବା ଡାକ୍ତର କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..