Report Card Odisha

| Daily Odia News

ଶୀଘ୍ର ପତନ ହେଉଛି କି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉଭୟ ପୁରୁଷ -ସ୍ତ୍ରୀଙ୍କର ମୈଥୁନ କାର୍ଯ୍ୟ ସମ୍ପାଦନ ପାଇଁ କେବଳ ଇଛା ଯଥେଷ୍ଟ ନୁହେଁ ଏଥିପାଇଁ ଯୌନାଙ୍ଗର ଉତ୍ତେଜନା ମଧ୍ୟ ଅପରିହାର୍ଯ୍ୟ । ଇଛା, ମାନସିକ ସ୍ଥିରତା, ଶାନ୍ତ ଓ ଅନୁକୂଳ ପରିବେଶ ଶରୀରର ଉତ୍ତେଜନା ଆଣିବାରେ ସାହାଯ୍ୟ କରେ । ଫଳରେ ଯୌନାଙ୍ଗକୁ ପ୍ରଚୁର ରକ୍ତ ସଞ୍ଚାଳନ ହୁଏ ଏବଂ କିଛି ରକ୍ତ ସେଠାରେ ଗଛିତ ହୁଏ । ସ୍ତ୍ରୀଙ୍କ କ୍ଷେତ୍ରରେ ଯୋନି ଫୁଲିଉଠେ ଓ ତରଳ ପଦାର୍ଥ ନିର୍ଗତ ହୁଏ । ପୁରୁଷଙ୍କ କ୍ଷେତ୍ରରେ ଲିଙ୍ଗ ଶକ୍ତ ରୁହେ । ଏସବୁ ସତ୍ବେ ଶାରୀରିକ ,ମାନସିକ ଏବଂ ପାରିପାର୍ଶ୍ବିକ ପ୍ରତିକୂଳ ଅବସ୍ଥାରେ ଉତ୍ତେଜନା ହୀନତା ଦେଖାଯାଏ ଯାହାକୁ କି ଯୌନା ଅପାରଗତା ବୋଲି କୁହାଯାଏ ।

କାରଣ:

  • ପୁରୁଷର ଯୌନ ଅପାରଗତା ମୁଖ୍ୟତଃ ଶାରୀରିକ କାରଣରୁ ସୃଷ୍ଟି ହୋଇଥାଏ ।
  • ପୁରୁଷ ଯୌନାଙ୍ଗର ରକ୍ତବାହୀ ଧମନୀରେ ଅସ୍ବାଭାବିକତା ତଥା ସ୍ନାୟବିକ ଦୁର୍ବଳତା ଏହାର ମୁଖ୍ୟ ଜାରଣ

ରକ୍ତବାହିନାଳୀରେ କୋଲେଷ୍ଟ୍ରୋଲ ,ଟ୍ରାଇସ୍ମିଷ ସେରାଇଡ୍ ଭଳି ଚର୍ବିସବୁ ଶିଉଳି ଭଳି ଜମାଟ ବାନ୍ଧି ତାହାର ବାଟକୁ ସରୁ କରିଦିଅନ୍ତି କେବେକେବେ ତାହା ସମ୍ପୁର୍ଣ୍ନ ରୂପେ ବନ୍ଦ କରିଦିଅନ୍ତି ଫଳରେ ରକ୍ତ       ସଞ୍ଚାଳନ ଅବ୍ୟବସ୍ଥା ହେତୁ ଯୌନାଙ୍ଗର ଉତଥାନ ଠିକ୍ ରୂପେ ହୁଏ ନାହିଁ ।
ଲକ୍ଷଣ:

ଏହିରୋଗରେ ପୁରୁଷଟି ସ୍ତ୍ରୀ ସହ ସହବାସ କରିବାକୁ ଡରିଥାଏ ।

ନିରାକରଣ:

  • ଯୌନଶିକ୍ଷା ଏଥିରେ ପ୍ରମୁଖ ଭୁମିକା ଗ୍ରହଣ କରୁଛି । ପୁରୁଷଟି ଅନଭିଜ୍ଞ ଥିଲେ ଏଥିରେ ତ୍ରୁଟି ଦେଖାଦେଇଥାଏ ।
  • କିଛିକିଛି କ୍ଷେତ୍ର ରେ ଶାରୀରିକ ଅକ୍ଷମତା ନଥାଇ ମଧ୍ୟ ପୁରୁଷଟି ସେକ୍ସୁଆଲ ଇଣ୍ଟରକୋସ୍ ପାଇଁ ଅନିଛୁକ ଥାଏ । ସେମାନଙ୍କୁ Marriage counselling ଦ୍ବାରା ସଠିକ୍ ରୁପେ ବୁଝେଇବା ଦ୍ବାରା ଏହାର ସମାଧାନ ହୋଇଥାଏ ।
  • ଭାଏଗ୍ରା ହେଉଛି ଏକ ଯୁଗାନ୍ତକାରୀ ଉଦ୍ଭାବନ । ଏହାଦ୍ବାରା କୋଟିକୋଟି ଯୌନରୋଗୀ ଉପଚାର ପାଇଛନ୍ତି । ଡାକ୍ତର ପରାମର୍ଶ କରି ଏହି ବଟିକା ଖାଇବା ଉଚିତ୍ ।

ସେକ୍ସ ଖରାପ କାମ ବୋଲି କହି ଏହାକୁ ଏଡେଇଦେଇପାରିବାନି । ସେକ୍ସ୍ ଦ୍ବାରା ଶାରୀରିକ ସହ ମାନସିକ ଖୁସୀ ମଧ୍ୟ ମିଳିଥାଏ । ତା ସହ ଜଣେ ସାଥି ତାର ଆଉ ଜଣେ ସାଥିକୁ ପ୍ରେମ ଦେଖେଇବାର ମଧ୍ୟ ଏହା ଏକ ମାଧ୍ୟମ । ସେକ୍ସ ଦ୍ବାରା ଦୁଇଟି ଖୋଲା ହୃଦୟର ମିଳନ ଠିକ୍ ଭାବେ ହୋଇଥାଏ । ଯଦି ପୁରୁଷ ବା ସ୍ବାମୀଙ୍କର ଏଥିରେ ତ୍ରୁଟି ଥାଏ ବା ଯୌନ ପାରଙ୍ଗମ ନଥାନ୍ତି ତେବେ ତାଙ୍କୁ Psychological support ଦେବା ଆବଶ୍ୟକ ।

Breaking News