Report Card Odisha

| Daily Odia News

ତଳମୁହାଁ ହେଉଛି ସଂକ୍ରମଣ, ଆଉ ୪ରୁ ୫ଦିନ ନଜର ରଖିବାକୁ ପଡିବ …..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କୋଭିଡ୍ ସଂକ୍ରମଣ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ କୋଭିଡ୍ ସଂକ୍ରମଣ ସାମାନ୍ୟ କମିଛି | ଆମେ ଟେଷ୍ଟିଂ କମାଇନାହୁଁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି । ଆହୁରି କହିଛନ୍ତି ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବାର ଦୁଇଟି କାରଣ ରହିଛି । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟରେ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ ୪-୫ ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ କହି ହେବନି ପିକ୍ ରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ । ଯାହାର ବି ସାମାନ୍ୟ ଲକ୍ଷଣ ଦେଖାଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ। ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା । ସେପଟେ ମୃତ୍ୟୁ ସଂଖ୍ୟା ବଢ଼ିବ ନେଇ କହିଛନ୍ତି, ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି ୬% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଭେଣ୍ଟିଲେଟରକୁ ଯାଉଥିବା ୮୦-୯୦% ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି । ଆମର ଯେଉଁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାହେଉଛି, ସେମାନେ ଭେଣ୍ଟିଲେଟରରେ ଥିବା ରୋଗୀ ଓ କୋମରବିଡ଼ ରୋଗୀ ।

Breaking News