ରିପୋର୍ଟ କାର୍ଡ / ବେଙ୍ଗାଲୁର
ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ‘ସିଲିକନ୍ ଭ୍ୟାଲି’ ବେଙ୍ଗାଲୁର। ବର୍ଷା ହେତୁ ଚାରିଆଡ଼େ ପାଣି ଜମି ଘର, ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସ, ଟ୍ରାଫିକ୍ ଆଦି ଜାମ୍ ହୋଇଛି। ଏହି ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଫିସ୍ ଓ ସ୍କୁଲ୍-କଲେଜ୍ରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଓ ଟ୍ରାକ୍ଟର ଯୋଗାଇ ଦିଆଯାଇଛି। ଏହି ବର୍ଷାରେ ରେନ୍ବୋ ଡ୍ରାଇଭ୍ ଲେଆଉଟ୍, ସନି ବୁକ୍ସ ଲେଆଉଟ୍ ଓ ସାର୍ଜାପୁର ରୋଡ୍ର କିଛି ରାସ୍ତା ଖୁବ୍ ଜୋର୍ରେ ପ୍ରଭାବିତ ହୋଇଛି। ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଗତକାଲି ରାତିରେ ଲଗାତାର ୯ ଘଣ୍ଟାର ବର୍ଷା ସହରର ଅଧିକାଂଶ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ପାଇଁ ବେଙ୍ଗାଲୁରୁରେ ଜଳବନ୍ଦୀ ଅବସ୍ଥା ଉପୁଜିଛି। ଆଇଏମ୍ଡି ଅନୁଯାୟୀ ବେଙ୍ଗାଲୁରୁରେ ଦିନକରେ ୧୩୧.୬ ମିମି ବର୍ଷା ହୋଇଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..