ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳମ୍ରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ଷା ବିତ୍ପାତରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏହା ଅନ୍ୟ ୮ ଜଣ ନିଖୋଜ ଅଛନ୍ତି। ବର୍ଷା ଯୋଗୁଁ ୨୭ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଥିବାବେଳେ ୧୯୬ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୨୦୯ଟି ରିଲିଫ୍ ଶିବିରରେ ୫,୭୯୨ ଜଣଙ୍କୁ ରଖାଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଥନମଥିଟ୍ଟା, ଇଡୁକ୍କି, ୱାୟନାଡ, କୋଟ୍ଟାୟମ୍, କୋଝିକୋଡ ଓ କାନ୍ନୁର ଜିଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କାନ୍ନୁରର ଆୟାଙ୍କୁନ୍ନୁଠାରେ ସର୍ବାଧିକ ୩୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।





More Stories
ବିମାନ ଦୁର୍ଘଟଣା;୧୩ ମୃତ…..
ବିକ୍ଷୋଭକାରୀଙ୍କ ଉପରୁ ମାମଲା ହଟାଇବାକୁ ଦାବି କଲେ ଅଭିଜିତ୍…..
ବ୍ରିଜଭୂଷଣ ସିଂହ ଦୋଷମୁକ୍ତ…..