ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀର ଯନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ତାଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରିଥିବା ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କ୍ଷମା କରିଛନ୍ତି। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଜାରି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ବାର୍ତ୍ତା ପରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କହିଛନ୍ତି ଯେ କେବଳ ସୋସିଆଲ ମିଡିଆରେ କ୍ଷମାପ୍ରାର୍ଥନାର ଭିଡିଓ ପୋଷ୍ଟ କଲେ ଚଳିବ ନାହିଁ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ପୋଲିସକୁ ନିର୍ଦେଶ ଦେଇ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ କୁହନ୍ତୁ ବୋଲି ଅଭିଜିତ୍ କହିଛନ୍ତି। ଯଦି ସତରେ ପ୍ରଧାନମନ୍ତ୍ରୀଙ୍କ ହୃଦୟ ବଡ଼, ତେବେ ସେ ପୁଲିସକୁ ନିର୍ଦେଶ ଦେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନାମରେ ଥିବା ମାମଲାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରନ୍ତୁ। ଏହା ସହିତ ଜୁଲାଇ ୨୦ ସଂସଦ ପଦଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରତା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରସମାଜ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ୍ ବୋଲି ଅଭିଜିତ୍ କହିଛନ୍ତି।





More Stories
ବିମାନ ଦୁର୍ଘଟଣା;୧୩ ମୃତ…..
କେରଳମ୍ରେ ପ୍ରବଳ ବର୍ଷା ;୮ ମୃତ…..
ବ୍ରିଜଭୂଷଣ ସିଂହ ଦୋଷମୁକ୍ତ…..