ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣିଥରେ ଆଜି ନେପାଳ ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ ହୋଇଛି। ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାଶ ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ହେଲିକପ୍ଟରଟି କାଠମାଣ୍ଡୁରୁ ରାସୁୱା ଯାଉଥିଲା। କିନ୍ତୁ ନୂୱାକୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ପାହାଡ଼ରେ ପିଟି ହୋଇଯାଇଥିଲା। ଏହାପରେ ଜଙ୍ଗଲ ଭିତରେ ଖସି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ ହେଲିକପ୍ଟରଟି ପୋଡ଼ି ପାଉଁଶ ହୋଇ ସାରିଥିଲା। ସେହିପରି ଏଥିରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଉଦ୍ଧାରକାରୀ ଟିମ ପକ୍ଷରୁ କୁହାଯାଇଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……