Report Card Odisha

| Daily Odia News

ଅଯୋଧ୍ୟାରୁ ହେଲିକପ୍ଟର ସେବା ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାମ ନବମୀ ଅବସରରେ ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା। ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି। ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ପର୍ଯ୍ୟଟକଙ୍କୁ ନେଇ ଏହା ଉଡ଼ାଣ ଭରିଛି। ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଯାତ୍ରା ଉଡାଣ ଭରିଛି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ। ଅଯୋଧ୍ୟାର ସରଜୁ ନଦୀ କୂଳରେ ଉଡାଣ ଭରି ସୁନ୍ଦରତା ଉପଭୋଗ କରିପାରିବେ ପର୍ଯ୍ୟଟକ। ଆକାଶ ଉପରୁ ପର୍ଯ୍ୟଟକ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ।

 

Breaking News