ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଏହି ନୂଆ ନିୟମ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂଆ ନିୟମରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ ମୋଟର ସାଇକେଲ ବା ସ୍କୁଟରରେ ୪ ବର୍ଷରୁ କମ ବୟସର ପିଲା ବସିଥିବେ ତାହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ହେବ ନାହିଁ । ସେହିପରି ପିଲାମାନଙ୍କ ଅତିରିକ୍ତ ନିରାପତ୍ତା ପାଇଁ ସେମାନଙ୍କୁ ଚାଳକ ସହ ଲାଗି କରି ବସିବାକୁ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରାଯିବ । ତେବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ସଂଶୋଧିତ ନିୟମ ତୁରନ୍ତ ଲାଗୁ ହେବ ନାହିଁ । ଏହା ଏକ ବର୍ଷ ପରେ ଲାଗୁ ହେବ । ବାଧ୍ୟତାମୂଳକ କରିବା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ଅନୁମାନ କରାଯାଉଛି । ଏହି ନୂଆ ନିୟମ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ମୋଟର ଭେହିକ୍ଲ ଆଇନ ୧୯୮୯ର ନିୟମ ୧୩୮ରେ ସଂଶୋଧନ କରି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ନିରାପତ୍ତା ନିୟମାବଳୀ ଧାର୍ଯ୍ୟ କରାଯାଇଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..