ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍ ପରିଚାଳନା ପାଇଁ ପ୍ରାୟ ୩ହଜାର କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଅନେକ ରୁଟ୍ ରେ ଗତପଥ ପରିବର୍ତ୍ତନ କରାଯାଇଛି । ଏହାସହିତ ଭାରି ଯାନବାହାନ ପ୍ରବେଶ ନିଷିଦ୍ଧ କରାଯିବ । ଲାଲକିଲ୍ଲା, ଇଣ୍ଡିଆ ଗେଟ୍, ରାଜଘାଟ ଭଳି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିମନ୍ତ୍ରିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସ୍ୱାଧୀନତା ଦିବସ ପାଳନର ପରେଡ ଅଭ୍ୟାସ ଯୋଗୁଁ ପୋଲିସ ଲାଲକିଲ୍ଲା ଚାରିପାଖର ରାସ୍ତା ବଦଳାଇ ଦିଆଯାଇଛି । ବୋମା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯାଞ୍ଚ କରିବା ପାଇଁ ଲାଲକିଲ୍ଲା ଅଞ୍ଚଳର ପାର୍କିଂରେ ଥିବା ଯାନବାହାନ ତଳେ ସର୍ବେକ୍ଷଣ ପ୍ରଣାଳୀ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି । ଅବୈଧ ଅନୁପ୍ରବେଶ ଉପରେ କଡା ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ପୋଲିସ ଡ୍ରୋନ୍ ଦ୍ୱାରା ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି । ଏହାସହିତ ସାଇବର ଟିମ୍ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି । ଫଳରେ ବିବାଦୀୟ ପୋଷ୍ଟ ମାଧ୍ୟମରେ ବିଭ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..