ରିପୋର୍ଟ କାର୍ଡ / ଭୁବନେଶ୍ୱର
ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା କଂଗ୍ରେସ | ଏହି ମାମଲାର ଶୁଣାଣୀକରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କହିଛନ୍ତି ଜୋର ଜବରଦସ୍ତ କାହାରିକୁ ବନ୍ଦ କରିପାରିବେ ନାହିଁ । ବନ୍ଦ କରିପାରିବେନି, ଚାହିଁଲେ ହରତାଳ କରିପାରିବେ। ଧର୍ମଘଟ ବେଳେ କଂଗ୍ରେସ ସାଧାରଣ ଜନତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ । ଜବରଦସ୍ତି ଭାବେ ମାର୍କେଟ୍ ବନ୍ଦ, ଗାଡ଼ି ଚଳାଚଳରେ ବାଧା ଦିଆଯାଇ ପାରିବ ନାହିଁ । ସୂଚନା ଅନୁସରେ -ଆସନ୍ତାକାଲି ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ। ରେଳ, ବସ୍, ଟ୍ରକ୍ ଚଳାଚଳ, ଦୋକାନ, ବଜାର ବନ୍ଦ ରହିବ। ଏନେଇ ପ୍ରେସ୍ମିଟ୍ରେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..