Report Card Odisha

| Daily Odia News

ମହଙ୍ଗା ହେଲା ନିର୍ମାଣ ସାମଗ୍ରୀ,ବଢିଲା ସିମେଣ୍ଟ ଦର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲ ରୁ ଟିକେ ଅସ୍ବସ୍ତି ମିଳିଥିବା ବେଳେ ଏବେ ନିର୍ମାଣ ସାମଗ୍ରୀ ମହଙ୍ଗା ହୋଇଛି । ବଜାରରେ ପ୍ରମୁଖ ନିର୍ମାଣ ସାମଗ୍ରୀ ସିମେଣ୍ଟ ଏବଂ ଲୁହାଛଡ ମହଙ୍ଗା ହୋଇଛି। ରିପୋର୍ଟ ଅନୁସାରେ- ସିମେଣ୍ଟ କ୍ବିଣ୍ଟାଲ ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ହୋଇଛି। ଅପରପକ୍ଷେ କୋଇଲା ଦର ବୃଦ୍ଧି ହେତୁ ଇଟା ମୂଲ୍ୟ ବୃଦ୍ଧି କରିଥିବା ନେଇ ସୂଚନା ମିଳିଛି। ଇଟାଭାଟିରେ ଜମା ପୁରୁଣା କୋଇଲା ଏବେ ବି ପୋଡ଼ା ହେଉଛି। ନୂଆ ଷ୍ଟକ୍ ପହଞ୍ଚିବା ପରେ ଦର ଆହୁରି ବଢ଼ିବ ବୋଲି ଏବେ ଆଶଙ୍କା କରାଯାଉଛି। କେବଳ ଇଟା କି ସିମେଣ୍ଟ ନୁହେଁ ଲୁହା ଛଡ଼ ଦର ମଧ୍ୟ ଇତିମଧ୍ୟରେ ପୁଣି ଥରେ ବଢ଼ିଯାଇଛି। ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବାଲି ଦର ବଢ଼ି ଯାଇଥିବାବେଳେ ବଜୁରି, ମେଣ୍ଟାଲ ଓ ଚିପସ୍ ଦର ମଧ୍ୟ ବିକ୍ରେତା ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ନିର୍ମାତାଙ୍କ ମନବଳ ହ୍ରାସ କରିଥିବାବେଳେ ନିର୍ମାଣ କ୍ଷେତ୍ରରେ ରୋଜଗାର ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି। ଦର ବୃଦ୍ଧି ପ୍ରଭାବରେ ଲୋକେ କେତେକ ସ୍ଥାନରେ ନିର୍ମାଣ ଅଧାରେ ବନ୍ଦକରିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ଅନେକ ସ୍ଥାନରେ କାମ ବନ୍ଦ ପଡିବା ଯୋଗୁ ଶ୍ରମିକମାନେ ରୋଜଗାର ହରାଇଛନ୍ତି। ତେବେ ଛୋଟ ମୋଟ ଘର ନିର୍ମାଣ କରୁଥିବା ସାଧାରଣ ଲୋକେ ଏବେ ଏହିପରି ମୂଲ୍ୟ ବୃଦ୍ଧି ଯୋଗୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି।

Breaking News