ରିପୋର୍ଟ କାର୍ଡ / ଭୁବନେଶ୍ୱର
୦୪ /୦୩ / ୨୦୨୧
କ୍ରମାଗତ ଭାବରେ ତୈଳଦର ବୃଦ୍ଧି ଯୋଗୁଁ ପୁଣି ବସ୍ ଭଡ଼ା ବଢ଼ିଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୫ ପଇସା ବଢିଥିବା ନେଇ ସୂଚନା ମିଳିଛି । ଅର୍ଡିନାରୀ ବସ୍ ଭଡ଼ା ୮୦ ପଇସା ଥିଲା, ଏବେ ବୃଦ୍ଧି ପାଇ ୮୫ ପଇସା ହେଲା । ଏକ୍ସପ୍ରେସ ବସ୍ ଭଡ଼ା ୮୪ ପଇସା ଥିଲା, ଏବେ ୮୯ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା ୧. ୧୧ ପଇସାରୁ ବଢି ୧.୨୧ ପଇସା ହୋଇଛି। ସେହିପରି ଏସି ବସ୍ ଭଡ଼ା ୧.୩୯ ପଇସାରୁ ବୃଦ୍ଧି ପାଇ ହେଲା ୧. ୪୯ ପଇସା ଓ ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ୨. ୩୨ ପଇସା ହୋଇଛି । ଗତ ଫେବୃଆରୀ ୨୧ରେ ବସ ଭଡ଼ା ବଢିଥିଲା । ତୈଳ ଦରରେ ବୃଦ୍ଧି ଘଟିବା ଯୋଗୁଁ ବସ ଯାତ୍ରା ମହଙ୍ଗା ହୋଇଥିଲା। ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଥିଲା। ସେତେବେଳେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍ ପାଇଁ ୬ ପଇସା ଓ ଏକ୍ସପ୍ରେସ୍ ବସ୍ ପାଇଁ ୭ ପଇସା ବୃଦ୍ଧି ହୋଇଥିଲା। ସେହିପରି ଡିଲକ୍ସ ବସ୍ ଭଢ଼ା ୨ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ହୋଇଥିଲା । ସୂଚନା ଥାଉକି, ଏହାପୂର୍ବରୁ ଅର୍ଥାତ୍ ୨୦୨୦ ଶେଷରେ ଡିସେମ୍ବର ୭ ତାରିଖରେ ଭଡ଼ା ବଢ଼ାଇଥିଲେ ସରକାର। ଏହାର ୪୪ ଦିନ ପରେ ଅର୍ଥାତ୍ ୨୦୨୧ ଜାନୁଆରୀ ୨୦ ତାରିଖର ପୁଣିଥରେ ଭଡ଼ା ବଢ଼ାଇଥିଲା ବାଣିଜ୍ୟ ଓ ପରିବହନ ବିଭାଗ। ଆଉ ୨୯ ଦିନ ଭିତରେ ପୁଣିଥରେ ଭଡ଼ା ବଢ଼ିଥିଲା । ମାତ୍ର ଏହାର ଦୁଇ ସପ୍ତାହ ପରେ ପୁଣ ତୈଳ ବଢିଥିଲା।
More Stories
ପୁଣି ବଢ଼ିଲା କିଟ୍ ଅଡ଼ୁଆ,ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା…..
ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ…..
ପ୍ରେମିକଙ୍କୁ ଅପହରଣ କରି ପ୍ରେମିକା ଗିରଫ…..