ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିମାଚଳ ପ୍ରଦେଶରେ ୩୬ ଘଣ୍ଟାରେ ଲଗାତାର ବର୍ଷା ହେଉଛି। ପ୍ରବଳ ବର୍ଷା ଧନଜୀବନ କ୍ଷତିର କାରଣ ପାଲଟିଛି। ୨ଟି ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ କାରଣରୁ ଘର ଗୁଡିକ ତାସ ଘର ଭଳି ଭାଙ୍ଗି ପଡୁଥିବା ଦେଖାଯାଉଛି। ଭୂସ୍ଖଳନ ଯୋଗୁ ଅନେକ ହାଇୱେ ବନ୍ଦ ରହିଛି। ଏହାମଧ୍ୟରେ କୁଲ୍ଲୁରେ ଏକ ଛାତିଥରା ଦୃଶ୍ୟ ଦେଖାଯାଇଛି। କୁଲ୍ଲୁରେ ଲଗାତାର ହେଉଥିବା ବର୍ଷାରେ ପରିସ୍ଥିତି ବିଗିଡିଯାଇଛି। ଶିମଲାର କୃଷ୍ଣା ନଗର ଅଞ୍ଚଳରେ ବଡ ବଡ ଅଟ୍ଟାଳିକା ଭୁଶୁଡି ପଡିଥିବା ଦେଖାଯାଇଛି। ଏହାକୁ ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି କୁଲ୍ଲୁରେ ସକାଳେ ୪ ରୁ ଅଧିକ ଘର ତାସ ଘର ଭଳି ଭୁଶୁଡି ପଡିଛି। ଆନି ବସ୍ଷ୍ଟାଣ୍ଡ ନିକଟରେ ୭ଟି କୋଠା ଭୁଶୁଡି ପଡିଛି। ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..