Report Card Odisha

| Daily Odia News

ଆଜି ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..

ରିପୋର୍ଟ କାର୍ଡ / ସମ୍ବଲପୁର

ଆଜି ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ୍ ଖୋଲା ହୋଇଛି । ଗତକାଲି ୧୦ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଏବେ ଡ୍ୟାମକୁ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୭ ଫୁଟ୍ ରହିଛି। ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା। ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା। ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା।

Breaking News