Report Card Odisha

| Daily Odia News

ଡାକ ବିଭାଗ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମରେ ସାମିଲ କରୁଛି ଡାକ ବିଭାଗ | ୧୦ ଦିନ ମଧ୍ୟରେ ଡାକ ବିଭାଗ ଲୋକମାନଙ୍କୁ ୧ କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ଏହି ଜାତୀୟ ପତାକାକୁ ବିଭାଗ ଦ୍ୱାରା ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ଅନ୍‌ଲାଇନ୍‌ରେ ଡାକ ବିଭାଗ ସାରା ଦେଶର କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି। ଇ-ଡାକଘର ସୁବିଧା ମାଧ୍ୟମରେ ଲୋକମାନେ ଅନ୍‌ଲାଇନ୍‌ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି। ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା)ଗୁଡିକ ମାଧ୍ୟରେ, ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ ‘ହର ଘର ତିରଙ୍ଗା’ର ବାର୍ତା ପହଂଚାଇଛି। ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍‌ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟବହାର କରାଯାଇଛି । ଡାକଘରଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି। ନାଗରିକମାନେ ନିକଟତମ ଡାକଘରକୁ ଯାଇ ଏହାକୁ କ୍ରୟ କରିପାରିବେ କିମ୍ବା ଇ-ଡାକଘର (epostoffice.gov.in) ମାଧ୍ୟମରେ ମଗାଇପାରିବେ। ନାଗରିକମାନେ ପତାକା ସହିତ ନିଜର ଏକ ସେଲ୍ଫି ନେଇ ପାରିବେ ଏବଂ ତାହାକୁ www.harghartiranga.comରେ ଅପଲୋଡ୍ କରିପାରିବେ।

Breaking News