ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଖୋଲାଯିବ ଓ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ସକାଳ ୯ଟାରେ ଅର୍ଥାତ ଆଉ କିଛି ସମୟ ପରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହେବ। ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାର ଆଜି ଏତେ ସଂଖ୍ୟକ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ। ସକାଳ ୯ଟାରେ ୭ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ପରେ ଆଉ ୭ଟି ଗେଟ୍ ଖୋଲିବ। ତା’ପରେ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବ।






More Stories
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..