ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ନାଁରେ ଆସିଛି ହତ୍ୟା ଭଳି ସାଂଘାତିକ ଅଭିଯୋଗ ହୋଇଥିବା ଜଣାପଡିଛି । ଭୁବନେଶ୍ୱରରେ ଘଟିଥିବା ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏହି ଦୁଇଜଣ ସାମିଲ ଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ଆନନ୍ଦଙ୍କ ପରିବାର ଲୋକେ । ମୃତ ଆନନ୍ଦଙ୍କ ବାପା ଓ ମାଙ୍କ କହିବା ଅନୁସାରେ ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ଆଉ ଏହି ଏହି ଫ୍ଲାଟ ଥିଲା ବୀରେନ୍ଦ୍ର ଲାକ୍ରାଙ୍କର । ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଅଭିଯୋଗ ହେଉଛି ଜଣେ ଯୁବତୀଙ୍କୁ ଉଭୟ ଭଲ ପାଉଥିଲେ ଏବଂ ସେହି କାରଣରୁ ଏଭଳି ଘଟଣା ଘଟିଛି । ପରିବାର ଲୋକଙ୍କ କହିବା କଥା, ପୋଲିସ ଜାଣିଶୁଣି ତଦନ୍ତ ଠିକ ଭାବରେ ତଦନ୍ତ କରୁନାହିଁ । ବୀରେନ୍ଦ୍ର ଜଣେ ଡିଏସ୍ପି ହୋଇଥିବାରୁ ତଦନ୍ତ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆନନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି । ଆନନ୍ଦଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଫେବୃଆରୀ ୧୬ରେ ସେ ବିବାହ କରିଥିଲେ । କିନ୍ତୁ ହଠାତ୍ ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ମୃତଦେହ ମିଳିଥିଲା ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….