ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ୱକପ୍ ହକିରେ ଆଜି ଫାଇନାଲ୍ ମ୍ୟାଚ୍ରେ କଳିଙ୍ଗ ଷ୍ଟାଡିୟମରେ । ଜର୍ମାନୀ ଓ ବେଲଜିୟମ ମୁହାଁମୁହିଁ ହେବେ । ୨୦୧୮ର ବିଶ୍ୱ ଚାମ୍ପିୟନ ବେଲଜିୟମ ଲଗାତାର ଦିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲ ଖେଳିବ। ବେଲଜିୟମ ଟାଇଟଲ ବଜାୟ ରଖିବାକୁ କରିବ ଜୋରଦାର୍ କସରତ କରିବ। ସେପଟେ ଜର୍ମାନୀ ବିଶ୍ୱକପରେ ପଞ୍ଚମ ଥର ପାଇଁ ଫାଇନାଲ ଖେଳିବ। ୨୦୦୨ ଓ ୨୦୦୬ର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୨୦୧୦ରେ ରନରଅପ୍ରେ ସନ୍ତୁଷ୍ଟ ଥିଲା। ଏବେ ୧୨ ବର୍ଷ ପରେ ପୁଣି ଥରେ ଫାଇନାଲ ଖେଳିବ ଜର୍ମାନୀ। ଏଥିପାଇଁ ଏହି ସୁଯୋଗକୁ ଜର୍ମାନୀ ହାତଛଡା କରିବନି। ନୂଆ ରଣନୀତି କରି ପଡିଆକୁ ସେ ଓହ୍ଲାଇବ। ଗ୍ରାଣ୍ଡ ଫାଇନାଲରେ ଜର୍ମାନୀ ଡ୍ରାଗ ଫ୍ଲିକର ଗଞ୍ଜାଲୋ ପେଲେଟ ବନାମ ବେଲଜିୟମ ଡ୍ରାଗ ଫ୍ଲିକର୍ ଟମ୍ ବୁନଙ୍କ ଦମ ଦେଖିବାକୁ ପଡ଼ିବ। ଓ୍ୱେଲନ୍ସ ନିକୋଲସ ୬ଟି ମ୍ୟାଚ୍ରେ ୬ଟି ଗୋଲ ସ୍କୋର କରିଥିବା ବେଳେ ଗଞ୍ଜାଲୋ ୫ଟି ଗୋଲ ସ୍କୋର କରିଛନ୍ତି। କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଶେଷ କ୍ୱାର୍ଟରରେ ପରାସ୍ତ କରିବା ପରେ ଜର୍ମାନୀର ମନୋବଳ ବଢିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇ ମଧ୍ୟରେ ଜର୍ମାନୀ ୧୩ ଟି ମ୍ୟାଚ୍ ଜିତିଥିବା ବେଳେ ବେଲଜିୟମ ୧୫ ଟି ମ୍ୟାଚ୍ ଜିତିଛି ଓ ୭ଟି ମ୍ୟାଚ୍ ଡ୍ର ରହିଛି।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..