Report Card Odisha

| Daily Odia News

ହକି ବିଶ୍ବକପ୍‌:ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଓ ଦ୍ବିତୀୟରେ ଅଷ୍ଟ୍ରେଲିଆର ଦମ୍‌ଦାର ବିଜୟ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ୱକପ ୨୦୨୩ | ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହକି ବିଶ୍ବକପରେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ଆର୍ଜେଣ୍ଟିନା ୧-୦ ରେ ବିଜୟୀ ହୋଇଛି । ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ। ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ଦଳ ମୁହଁମୁହିଁ ହୋଇଥିଲେ। ଫ୍ରାନ୍ସକୁ ୮ ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଦମ୍‌ଦାର ବିଜୟ ହାସଲ କରିଛି। ବିଶ୍ୱକପ୍ ଇତିହାସରେ ୩ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଆରମ୍ଭରୁ ହିଁ ଦଳ ନିଜର ଦବ୍‌ଦବା ଜାହିର କରିଥିଲା। ତେବେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯାଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିବା ବେଳେ ରାତି ୭ଟାରେ ଆୟୋଜକ ଭାରତକୁ ଭେଟିବ ସ୍ପେନ।

Breaking News