ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେଉଛି ପୁରୁଷ ଜୁନିଅର ବିଶ୍ବକପ ହକି | ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ବିଶ୍ବକପ ହକିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶ ଗ୍ରହଣ କରୁଛନ୍ତି। କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଇଛି । ତେବେ ଖେଳାଳିମାନଙ୍କର ରହିବା ଏବଂ ସେମାନେ କେମିତି ସୁରୁଖୁରରେ ମ୍ୟାଚ ଖେଳିବେ ଅଭ୍ୟାସ କରିବେ ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଖବର ଅନୁଯାୟୀ, ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା। ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ କୁ ଚାଇନାକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ପ୍ରାନସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଖେଳାଳି ଓ ଆୟୋଜକ ଟିମ୍ ମେମ୍ବରଙ୍କର କୋଭିଡ ପରୀକ୍ଷା କରାଯିବ। ସେପଟେ ବିଶ୍ବକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୬ ଟିମ୍ ପାଇଁ ୧୦ଟି ହୋଟେଲରେ ରହଣୀ ବ୍ୟବସ୍ଥା ହୋଇଛି । ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସେହିପରି ପୁଲବିରେ ଭାରତ କାନାଡା ଫ୍ରାନସ ପୋଲାଣ୍ଡ ସହ ସ୍ଥାନ ପାଇଛି। ୨୪ ତାରିଖରେ ଫ୍ରାନସକୁ ଓ ୨୫ରେ କାନାଡାକୁ ୨୭ ତାରିଖ ରେ ପୋଲାଣ୍ଡ କୁ ଭେଟିବ ଭାରତ । ୨୯ ତାରିଖ ରେଷ୍ଟ ଥିବାବେଳେ ଡିସେମ୍ବର ୧ ରୁ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦର୍ଶକ ବିହୀନ ମ୍ୟାଚ ପାଇଁ ଚିୟରଅପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ଖେଳାଳି ତଥା ପୂର୍ବତନ ପୂର୍ବତନ ସାଂସଦ ଯୋଗ ଦେଇଥିଲେ। ତେବେ ଦର୍ଶକମାନେ ଏଥର ବିଶ୍ବକପ ଖେଳାଳିଙ୍କୁ ଷ୍ଟାଡିୟମରେ ଦେଖିପାରେିବେ ନାହିଁ କିନ୍ତୁ ମ୍ୟାଚ ଷ୍ଟାର ସ୍ପୋର୍ଟସରେ ଲାଇଭ ଉପଲବ୍ଧ ହେବ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….