ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଏଠାରେ ହର କି ପୌରୀରେ ପବିତ୍ର ସ୍ନାନକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ସେଠାରେ ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ହରିଦ୍ୱାର ପ୍ରଶାସନ । କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ମକର ସଂକ୍ରାନ୍ତିରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବା ହରିଦ୍ୱାର ଜିଲା ମାଜିଷ୍ଟ୍ରେଟ ବିନୟ ଶଙ୍କର ପାଣ୍ଡେ କହିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ମକର ସଂକ୍ରାନ୍ତି ଦିନ ବାହାର ରାଜ୍ୟର କୌଣସି ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏଥିସହିତ ସ୍ଥାନୀୟ ନାଗରିକ ମଧ୍ୟ ହର କି ପୌରୀ ଅଞ୍ଚଳକୁ ଯାଇପାରିବେ ନାହିଁ । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । କୋଭିଡ-୧୯ ନିୟମାବଳୀ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।






More Stories
ମୋଦିଙ୍କ ମନ କି ବାତ:କାରଗିଲ ବିଜୟ ଦିବସର ଶୁଭେଚ୍ଛା…..
ସିଜେପି ଆନ୍ଦୋଳନ ପ୍ରତ୍ୟାହାର…..
ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ…..