ରିପୋର୍ଟ କାର୍ଡ / ଖୋର୍ଦ୍ଧା
ପୋଲିସ ମଦ ଓ ବାଣ ଚୋରାଚାଲାଣ କରୁଥିବା ଧରାପଡିଛି | ଗତରାତିରେ ବେଗୁନିଆ ଥାନାରୁ ଜଣେ ହୋମ୍ଗାର୍ଡ ଏକ କାର୍ରେ ଜବତ ହୋଇଥିବା ବାଣ ଓ ମଦ ନେଉଥିଲେ। ସୂଚନା ଅନୁଯାୟୀ, ଗତକାଲି ବେଗୁନିଆ ଥାନା ପୋଲିସ ବିପୁଳ ପରିମାଣର ବାଣ ଓ ମଦ ଜବତ କରିଥିଲା। ତେବେ ବିଳମ୍ବିତ ରାତିରେ ଥାନାରୁ ବାହାରକୁ କଣ ନିଆଯାଉଛି ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ କାରକୁ ଅଟକାଇ ଯାଞ୍ଚ କରିଥିଲେ। କାରରେ ମଦ ଓ ବାଣ ଯାଉଥିବା ଜାଣିପାରି ସେମାନେ ସମ୍ପୃକ୍ତ ହୋମଗାର୍ଡ ପ୍ରକାଶ ମୁଦୁଲିକୁ ପଚରାଉଚୁରା କରିଥିଲେ | ସେ କେବଳ କହିଥିଲେ ଯେ ଏଭଳି କାର୍ଯ୍ୟରେ ଥାନାର ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ପରେ ସେମାନେ କାର ଚାଳକ ଓ ହୋମଗାର୍ଡକୁ ଏସଡ଼ିପିଓଙ୍କ ଜିମା ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ଓ ଡ୍ରାଇଭରକୁ ଗିରଫ କରାଯାଇଥିବା ଏସଡ଼ିପିଓ କହିଛନ୍ତି।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..