Report Card Odisha

| Daily Odia News

ରିଙ୍କଲ୍ସ ଦୂର କରେ ନଡ଼ିଆ ତେଲ….

Woman with oil cosmetic beauty skin care concept. Young female model spa with oil skincare. Studio shot.

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକେ ଡାକ୍ତରଙ୍କ ସହାୟତା ନେଇଥାନ୍ତି । ତେବେ କମ୍ ଖର୍ଚ୍ଚରେ ମଧ୍ୟ ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

Bottles with fresh coconut oil on wooden table

-ଗୋଟିଏ ଚାମଚ ଦହି ସହ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାକୁ ୨୦ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ତ୍ୱଚା ସଫା ହୋଇଯାଇଥାଏ ।

– ଗୋଟିଏ ଚାମଚ ନଡିଆ ତେଲରେ ଗୋଟିଏ ଚୁଟକି ହଳଦି ପାଉଡର ମିଶାନ୍ତୁ । ଏହି ମିଶ୍ରଣକୁ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଧୋଇ ଦିଅନ୍ତୁ |

-ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ମୁହଁର ମାଲିସ କରନ୍ତୁ । ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ହାଇଡ୍ରେଟ ହେବା ସହ ରିଙ୍କଲ୍ସ ଦୂର ହୋଇଥାଏ ।

– ଏଲୋବେରା ଜେଲ, ଦହି ଏବଂ କାକୁଡି ରସକୁ ଏକାଠି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ଯାଏଁ ମାଲିସ କରି ଧୋଇ ଦିଅନ୍ତୁ ।

-ଦହିରେ କାକୁଡି ରସ ମିଶାଇ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଏହି ପେଷ୍ଟକୁ ଲଗାଇ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହ ଭିତରେ ୨ ରୁ ୩ ଥର ଏହି ଉପାୟକୁ କରନ୍ତୁ । ଏହାଦ୍ୱାରା ତ୍ୱଚାର ଉଜ୍ୱଳତା ବଢ଼ିବା ସହ ମୁହଁରେ ପଡିଥିବା କୁଞ୍ଚନ ବା ରିଙ୍କଲ୍ସ ମଧ୍ୟ ଧୀରେ ଧୀରେ କମିଯିବ ।

Breaking News