ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ବରିଷ୍ଠ ଆଇଏଏସ୍ ସଞ୍ଜିବ ଚୋପ୍ରା ଆସନ୍ତା ୨୯ତାରିଖରୁ ଲମ୍ବା ଛୁଟିରେ ଯିବେ । ତାଙ୍କ ସ୍ଥାନରେ କିଏ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ ସେ ନେଇ କୌଣସି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇନି । ତେବେ ଶ୍ରୀ ଚୋପ୍ରା ଅଗଷ୍ଟ ୧୭ ପର୍ଯ୍ୟନ୍ତ ଛୁଟି ନେଇଥିଲେ ମଧ୍ୟ ସେ ଆଉ ଓଡ଼ିଶା ଫେରି ନପାରନ୍ତି ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଚୋପ୍ରାଙ୍କୁ ଆସନ୍ତା ୨୯ରୁ ଅଗଷ୍ଟ ୧୭ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଶ୍ରୀ ଚୋପ୍ରା ତାଙ୍କ ଆଇଏଏସ୍ ପତ୍ନୀ ତଥା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କ ସହ ମିଶି ଆମେରିକା ଯିବେ । ଉଭୟ ଆଇଏଏସ୍ ଦମ୍ପତ୍ତି ନିଜ ଝିଅ ସହ ବ୍ୟକ୍ତିଗତ କାର୍ଯ୍ୟରେ ଆମେରିକା ଯାଉଥିବା ଜଣାପଡ଼ିଛି । ତେବେ ନିଜର ଛୁଟି ସରିବା ପରେ ଶ୍ରୀ ଚୋପ୍ରା ଏହାକୁ ବଢ଼ାଇବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ଶ୍ରୀ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରି ରହିଛନ୍ତି । ସେ ବିଦେଶ ଗସ୍ତରୁ ଫେରିବା ପରେ ଆଉ ଓଡ଼ିଶାରେ ଯୋଗ ନଦେଇ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିପାରନ୍ତି । ଏଥିପାଇଁ ସେ ନିଜଆଡ଼ୁ ପ୍ରୟାସ କରୁଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..