ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିନେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଯେତେ ଖୋଜିଲେ ସେତେ ବାହାରୁଛି ପୁଳାପୁଳା ଟଙ୍କା । ଅର୍ପିତାଙ୍କ ଘରୁ ପୁଣି ୨୯ କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ଜଣାପଡ଼ିଛି । ଖାଲି ୨୯ କୋଟି ଟଙ୍କା ନୁହେଁ ତାହାସହ ୫ କିଲୋ ସୁନା ଜବତ ହୋଇଥିବା ନେଇ ଇଡି ସୂଚନା ଦେଇଛି । ଏହି ସମସ୍ତ ଟଙ୍କା ଅର୍ପିତାଙ୍କ କୋଲକାତାର ବେଲଘରିଆ ସ୍ଥିତ ଘରୁ ଉଦ୍ଧାର କରାଯାଇଥିବା ବେଳେ ୧୦ଟି ଟ୍ରଙ୍କରେ ସମସ୍ତ ଟଙ୍କା ରଖାଯାଇଥିଲା । ଇଡି ଏବଂ ବ୍ୟାଙ୍କ ଅଧିକାରୀ ଟଙ୍କାଗୁଡ଼ିକୁ ଗଣିଥିଲେ | ସେଥି ପାଇଁ ଟଙ୍କା ଗଣା ବ୍ୟବହାର ମେସିନ ବ୍ୟବହାର ହୋଇଥିଲା | ଟଙ୍କାଗୁଡ଼ିକୁ ଗଣି ବା ପାଇଁ ପ୍ରାୟ ୧୦ ଘଣ୍ଟା ଲଗିଥିଲା । ଆଜି ଟ୍ରକ ଦ୍ୱାର ଟଙ୍କା ନିଆଯାଇଥିବା ସୂଚନା ମିଳିଛି | ପୂର୍ବରୁ ମଧ୍ୟ ଅର୍ପିତାଙ୍କ ଏକ ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା । ଏଯାଏ ଅର୍ପିତାଙ୍କ ୨ଟି ସ୍ଥାନରେ ରେଡ୍ ହୋଇଥିବା ବେଳେ ମୋଟ୍ ୫୦ କୋଟି ଟଙ୍କା ଜବତ ହେଲାଣି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ହେଉଛନ୍ତି ଅର୍ପିତା ।






More Stories
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….