Report Card Odisha

| Daily Odia News

ରାଶିଫଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ମେଷ: ରବିବାର ଓ ସୋମବାର ଆର୍ଥିକ ଉନ୍ନତି ହେବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମଙ୍ଗଳବାର ଓ ବୁଧବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପଦୋନ୍ନତି ପାଇପାରନ୍ତି। ଶନିବାର ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

ବୃଷ: ରବିବାର ଓ ସୋମବାର କର୍ମପ୍ରବଣ ହେବେ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟକୁ ସାରିବା ପାଇଁ ପ୍ରୟାସ କରିବେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ଶନିବାର ଉପରିସ୍ଥ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ଆୟ ବୃଦ୍ଧିହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମିଥୁନ: ରବିବାର ଓ ସୋମବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାର ଓ ବୁଧବାର ସମୟ ଅନୁକୂଳ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଗୁରୁବାର ଓ ଶୁକ୍ରବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ଶନିବାର ସାବଧାନତା ଲୋଡ଼ା। ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ।

କର୍କଟ: ରବିବାର ଓ ସୋମବାର କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ଗୌରବର ଅଧିକାରୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀହେତୁକ ଧନ ପ୍ରାପ୍ତ ହେବ। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।

ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ପାଇବେ। ଅବିବାହିତ ପୁରୁଷ କିମ୍ବା କନ୍ୟାଙ୍କ ବିବାହ ପ୍ରସ୍ତାବ ଆସିପାରେ। ମଙ୍ଗଳବାର ଓ ବୁଧବାର ବାକ୍‌ସଂଯମୀ ହେବା ଆବଶ୍ୟକ। ଅଯଥା ବିବାଦରେ ପଡ଼ିପାରନ୍ତି। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ପରମ୍ପରାବାଦୀ ହେବେ। ପ୍ରାଚୀନ ପରମ୍ପରା ପ୍ରତି ରୁଚି ରଖିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଶ୍ରୀ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତି ହେବ। କାର୍ଯ୍ୟରେ ସଫଳତା ପାଇବେ। ଗୁରୁବାର ଓ ଶୁକ୍ରବାର ସାବଧାନତା ଲୋଡ଼ା ନଚେତ୍‌ ଅପମାନିତ ହେବେ। ଶନିବାର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।

ତୁଳା: ରବିବାର ଓ ସୋମବାର ପିଲାଙ୍କୁ ନେଇ ଚିନ୍ତାରେ ପଡ଼ିବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର ନୂତନ ଜମି କ୍ରୟ କରିପାରନ୍ତି। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର ଦୂର ଦେଶକୁ ଯାତ୍ରା କରିବେ। ସୁସମ୍ବାଦ ପ୍ରାପ୍ତ ହେବ। ଶନିବାର ଜଗିରଖି ଚଳିବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ରାଜଦଣ୍ଡର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ଆୟ ଓ ବ୍ୟୟ ମଧ୍ୟମ ରହିବ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଆନନ୍ଦଚିତ୍ତ ରହିବେ। ପାରିବାରିକ ଶାନ୍ତି ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ।

ଧନୁ: ରବିବାର ଓ ସୋମବାର ସୁସମ୍ବାଦ ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମଙ୍ଗଳବାର ଓ ବୁଧବାର କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ।

ମକର: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ଶତ୍ରୁଦ୍ବାରା ପରାସ୍ତ ହେବେ। ମଙ୍ଗଳବାର ଓ ବୁଧବାର କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ନୂତନ କାର୍ଯ୍ୟରେ ଯୋଗ ଦେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ମାନହାନି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସମାପନ ହେବ। ମଙ୍ଗଳବାର ଓ ବୁଧବାର ଅପବାଦର ସମ୍ମୁଖୀନ ହେବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟସିଦ୍ଧି ହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧିହେବ। ଶନିବାର କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଭାଗ୍ୟବାଦୀ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ମୀନ: ରବିବାର ଓ ସୋମବାର ଭାବିଚିନ୍ତି କାର୍ଯ୍ୟ କରିବେ। ମଙ୍ଗଳବାର ଓ ବୁଧବାର ଧନ ଲାଭ ହେବ। ଗୁରୁବାର ଓ ଶୁକ୍ରବାର ଆର୍ଥିକ ଅନଟନ ଦେଖାଦେବ। ଶନିବାର କାର୍ଯ୍ୟରେ ସଫଳତା ପାଇବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ମନ୍ତ୍ର ଜପ କରନ୍ତୁ।

Breaking News