ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମକୁଶଳତା ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିବେ। କୃତୀ ପ୍ରତିଯୋଗୀଭାବେ ପୁରସ୍କୃତ ହେବେ।
ବୃଷ : ଦୁଃସାହସିକ ପଦକ୍ଷେପ ନେଇ ଘଟିବାକୁ ଥିବା ଅଘଟଣର ସମ୍ମୁଖୀନ ହେବେ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରୁଥିଲେ ବି ସାମାଜିକ କାର୍ଯ୍ୟରେ ଆଗଧାଡ଼ିରେ ରହିବେ। କୃଷି ବିଶେଷଜ୍ଞ ହେବେ।
ମିଥୁନ : ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପୁଷ୍ଟିକର ଖାଦ୍ୟରେ ଆପ୍ୟାୟିତ ହେବେ। ଧର୍ମପତ୍ନୀଙ୍କଠାରୁ ପରାମର୍ଶ ପାଇ ସେବା ପରାୟଣ ହେବେ।
କର୍କଟ : ଅଜାତ ଶତ୍ରୁ ହୋଇପାରନ୍ତି। ପାପ, ତାପ ପରିହରକ ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଯତ୍ନବାନ୍ ହେବେ। ବାହ୍ୟ ଖର୍ଚ୍ଚକୁ ସୀମିତ ରଖିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ସିଂହ : ବିନୟ ସ୍ବଭାବସମ୍ପନ୍ନ ହୋଇ ବିଦ୍ୟାଦାତାଙ୍କ ସ୍ନେହାଧୀନ ଶିଷ୍ୟ ହୋଇପାରନ୍ତି। ପୁସ୍ତକ ପଠନରେ ମନ, ପ୍ରାଣ ଢାଳି ଦେଇପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା : ସତ୍ୟପ୍ରାଜ୍ଞ ହୋଇପାରନ୍ତି। ଆପଣଙ୍କ ଉଦାରତା ଭାବ ସାହି ପଡ଼ିଶାମାନଙ୍କର ଶିକ୍ଷଣୀୟ ହେବ। ଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଧର୍ମଧ୍ବଜାଧାରୀ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ।
ତୁଳା : ଈପ୍ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦେବାଶ୍ରିତ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ ହେବେ।
ବିଛା : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ। ତୃଣମୂଳସ୍ତରରୁ ଚେଷ୍ଟା ଫଳବତୀ ହେବ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଭଣ୍ଡାର ପରିପୂର୍ଣ୍ଣ ହେବ। ବିଦ୍ୟାବାନ୍ ହେବେ।
ଧନୁ : ଗୁରୁ, ଗୁରଜନଙ୍କର ଆଶୀର୍ବାଦର ପାତ୍ର ହେବେ। ବ୍ରହ୍ମବାଦୀ ହେବେ। ଜୀବନକୁ ସମୃଦ୍ଧ ଓ ଶୃଙ୍ଖଳିତ କରିପାରନ୍ତି। ଆୟ ଆଶାନୁରୂପ ହେବ। ସୁଷମ ଖାଦ୍ୟ ଖାଇ, ଖୁଆଇ ବନ୍ଧୁ ପ୍ରିୟଜନଙ୍କୁ ଖୁସି କରାଇବେ।
ମକର : ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସରେ, ତପ ସାଧନରେ ସିଦ୍ଧି ପ୍ରାପ୍ତ ହେବେ। ମଧୁର ଭାଷାରେ, ପରକୁ ଆପଣାର କରିପାରନ୍ତି। ବାଲ୍ୟ ଲୀଳାର ଧନ ବ୍ୟୟ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ।
କୁମ୍ଭ : ଶାଶ୍ବତ କର୍ମରେ ଲିପ୍ତ ହୋଇ ମହାନତାର ପ୍ରତୀକ ହେବେ। ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବା ସହ ଧନ, ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ।
ମୀନ : ଅତ୍ୟଧିକ ଶ୍ରମ ସ୍ବୀକାର କରି ଏକ ଆଦର୍ଶବାଦୀ ଚିନ୍ତାଧାରାର ପ୍ରତୀକ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନରେ ପୁଷ୍ପଧନୁ ଧରି କମଳ ଦେଶର ରାଜକୁମାର ସାଜିପାରନ୍ତି।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..