ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ:ସ୍ବାସ୍ଥ୍ୟରକ୍ଷା ପାଇଁ ପ୍ରଦୂଷଣମୁକ୍ତ ଗୃହକୁ ବାସସ୍ଥାନ ଭାବେ ପସନ୍ଦ କରିପାରନ୍ତି। କୃଷିର ଉନ୍ନତି ପାଇଁ ଜଳସେଚନକୁ ପ୍ରାଧାନ୍ୟ ଦେବେ। ଉଦାର ସ୍ବଭାବର ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ବୃଷ:ଆପଣଙ୍କ ଭାଷା ଓ ବକ୍ତବ୍ୟ ଜନମନକୁ ଆକର୍ଷିତ କରିବାର ବଳିଷ୍ଠ ଅସ୍ତ୍ର ହେବ। ପ୍ରେମୀ, ସାହସୀ ଓ ଭ୍ରାତୃତ୍ବ ପ୍ରେମର ନିଦର୍ଶନ ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ହେବେ।
ମିଥୁନ: ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି। ଜଣେ ବିଦ୍ୟାପ୍ରେମୀ ଭାବେ ସହନଶୀଳ ମନୋବୃତ୍ତିର ହେବେ। ଧାତୁ, ରତ୍ନାଦି ପାଇଁ ଚେଷ୍ଟା ଅବ୍ୟାହତ ରଖିପାରନ୍ତି। ସ୍ତ୍ରୀ ବିଳାସୀ ହେବେ।
କର୍କଟ:ଜଣେ ଉଦୀୟମାନ ବ୍ୟକ୍ତିଭାବେ ଶ୍ରଚନ୍ଦ୍ରକୁ ସରସ, ସୁନ୍ଦର କରିବା ପାଇଁ ଅନ୍ନପାନ ସହିତ ମିଷ୍ଟାନ୍ନରେ ଦୀନ ଦରିଦ୍ରଙ୍କୁ ଆପ୍ୟାୟିତ କରିପାରନ୍ତି। ପରିବାର ଓ ଶୁଭେଚ୍ଛୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ସୁସ୍ଥ ରହିବେ।
ସିଂହ: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଜଣେ ଦାନୀ ବ୍ୟକ୍ତିଭାବେ ସର୍ବସାଧାରଣରେ ପରିଚିତ ହେବେ। ପରକୁ ଆପଣାର କରିବାେର ଆପଣ ନିପୁଣ। ଗୁପ୍ତ ବିଦ୍ୟାରେ ରୁଚି ରହିବ।
କନ୍ୟା: ଆପଣଙ୍କ ସୁଦୂର ପ୍ରସାରୀ ଯୋଜନା ଆୟର ରାଜମାର୍ଗକୁ ଉନ୍ମୁକ୍ତ ରଖିଛି। ଆଜି ଏପରି ଗୋଟିଏ ଉତ୍ତମ ଦିନ ଯାହା ଆପଣଙ୍କୁ ସମ୍ମାନିତ କରିବା ସହିତ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବାରେ ସହାୟକ ହେବ।
ତୁଳା: ନିସ୍ବାର୍ଥପର ସେବା ତଥା ନିଜେ ସଳିତା ପରି ଜଳିଜଳି ଅନ୍ୟମାନଙ୍କୁ ଆଲୋକ ଦାନ କରି ନିଜେ ନିଃଶେଷ ହେବା ଭଳି ସତ୍ଚରିତ୍ରଯୁକ୍ତ ହେବେ। କର୍ମକୁ ଗୁରୁ ପଦବାଚ୍ୟ କରି ସଂସ୍କାରଧର୍ମୀ ହେବେ।
ବିଛା: ଭାଗ୍ୟାନ୍ବିତ ବ୍ୟକ୍ତିର ଜୀବନ ଧନ୍ୟ। ସେ ତା’ର ପିତା, ମାତା, କୁଳ, କୁଟୁମ୍ବ ସମସ୍ତଙ୍କୁ ନିଜର ଭାଗ୍ୟଫଳ ପ୍ରଦାନ କରି ଧନ୍ୟ ହୋଇଥାନ୍ତି। ସେହି କଳା ନେଇ ଆଜି ଆପଣ ନିଜର ସୌଭାଗ୍ୟକୁ ବଞ୍ଚାଇ ରଖିବେ।
ଧନୁ: ଆଜି ଆପଣଙ୍କ ପାଇଁ ଏପରି ଏକ ଦିନ ଅତି ସନ୍ତର୍ପଣରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। କର୍ମଠ ଓ କର୍ମଚଞ୍ଚଳ ରହିବେ।
ମକର: ଆଜି ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କଠାରୁ ହାର୍ ମାନିବାକୁ ପଡ଼ିବ। ସେବା ଭାବରେ ପତ୍ନୀଙ୍କ ସେବା ସ୍ବାର୍ଥହୀନ ହୋଇଥିବାବେଳେ ଆପଣଙ୍କ ଜନସେବା ସ୍ବାର୍ଥଜଡ଼ିତ ହେବେ। ସୁସ୍ଥ ଓ ନିରାମୟ ରହିବେ।
କୁମ୍ଭ: ଆୟୁଷ୍ମାନ୍ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଅର୍ଥ ମିଳିବାର ସୂଚନା ମିଳୁଛି। କରିତ୍କର୍ମା ହେବେ।
ମୀନ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..