Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ପ୍ରଭାବଶାଳୀ ହେବେ। ଜଣେ ହୁକୁମ୍‌ଦାତାଭାବେ ନିଜର ହାକିମତ୍ବର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପରିବାରର ସ୍ନେହାସ୍ପଦ ହେବେ।
ବୃଷ: ସତ୍‌କର୍ମରୁ ବିଚ୍ୟୁତ ନ ହୋଇ ସେବା ମନୋଭାବ ପୋଷଣ କରିବାକୁ ହେବ। କଥାବାର୍ତ୍ତାରେ ଶାଳୀନତା ରକ୍ଷା କରିବାକୁ ପଡ଼ିବ। ନିଜ ଲୋକଙ୍କ ସ୍ବାର୍ଥ ସାଧନରେ ସମୟ ଦେବେ। ସୁସ୍ଥ ଓ ନିରାମୟ ହେବେ।
ମିଥୁନ: ବିତ୍ତବାନ୍‌ ହେବେ। ବନ୍ଧୁମାନଙ୍କ ସହାୟତାରେ ଜନସ୍ବାର୍ଥ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବିଦ୍ୟାଧ୍ୟାୟୀ, ଗୁଣୀ ଓ ଚତୁର ହେବେ। ପରୋପକାରାୟ ସ୍ବର୍ଗାୟ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି।
କର୍କଟ:ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସତ୍‌ଚିତ୍‌ ଆନନ୍ଦ ଉପଭୋଗ କରିପାରନ୍ତି।
ସିଂହ: ମହାନ୍‌ ପୌରୁଷର ଅଧିକାରୀ ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। କଥା ଶୈଳୀରେ ଶତ୍ରୁମାନଙ୍କୁ କରାୟତ୍ତ କରିପାରନ୍ତି। ସାହସୀ ହେବେ।
କନ୍ୟା: ଜନସାଧାରଣଙ୍କ ପୂଜନୀୟ ହୋଇପାରନ୍ତି। ଦେବ କାର୍ଯ୍ୟ ସମ୍ପାଦନ କରିବା ସହିତ ବ୍ରାହ୍ମଣମାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ।
ତୁଳା: ‘ଜୀବେ ଦୟା’ ବ୍ରତ ଆଚରଣ କରିପାରନ୍ତି। ପ୍ରଚଣ୍ଡ ଖରାରୁ ତୃଷାର୍ଥ ପ୍ରାଣୀଙ୍କୁ ରକ୍ଷା କରିବା ପାଇଁ ବାହାର ପଡ଼ିଆ, ଆମ୍ବ ତୋଟାରେ ଜଳ କୁଣ୍ଡ ସ୍ଥାପନ କରିପାରନ୍ତି। ପକ୍ଷୀଙ୍କ ପାଇଁ ଛାତ ଉପରେ ଜଳପାତ୍ର ରଖିବେ।
ବିଛା: କୀର୍ତ୍ତିମାନ୍‌ ହେବେ। କୌଣସି କାର୍ଯ୍ୟରେ କାହା ଉପରେ ନିର୍ଭର ନ କରି ନିଜେ ଧୀର ଚିତ୍ତ, ସ୍ଥିରମନରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସହକର୍ମୀମାନଙ୍କଠାରୁ ସହଯୋଗ ମିଳିବ। ଅସାଧ୍ୟ ସାଧନ କରିପାରନ୍ତି।
ଧନୁ: ଉପୁଜିବାକୁ ଯାଉଥିବା ବ୍ୟତିକ୍ରମକୁ ଅତିକ୍ରମ କରିବାର ପ୍ରୟାସୀ ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସର ସହିତ ଆଶୁ ସମସ୍ୟାର ସମାଧାନ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର: ଜଣେ ବିନୟୀ ବ୍ୟକ୍ତିଭାବେ ଜନସାଧାରଣଙ୍କ ସ୍ନେହାଶିଷ ଲାଭ କରିବେ। ପୁଣ୍ୟାର୍ଜନ ପାଇଁ ସ୍ବାର୍ଥ ତ୍ୟାଗ କରିପାରନ୍ତି। ସେବାଧର୍ମରେ ଦୀକ୍ଷିତ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀ ସହାୟିକା ହେବେ।
କୁମ୍ଭ: ଶତ୍ରୁଙ୍କ ମନଭୁଲା କଥାରେ ବିଶ୍ବାସ ନ କରି ନିଜ କର୍ମ ପଥକୁ ଧର୍ମ ପଥ ଭାବେ ବାଛି ନେଇପାରନ୍ତି। ସାମୟିକଭାବେ ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ରାଜତୁଲ୍ୟ ହେବେ। ଆଧିପତ୍ୟ ବିସ୍ତାର କରିବେ।
ମୀନ: ସାଧାରଣ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିପାରନ୍ତି। ନିର୍ଲୋଭ ହେଲେ ଜନସାଧାରଣଙ୍କ ପ୍ରଶଂସାଭାଜନ ହେବେ। ତୀର୍ଥ ପର୍ଯ୍ୟଟନ ପାଇଁ ମନ ବଳାଇ ପାରନ୍ତି। ପତ୍ନୀ ବିପଦତାରିଣୀ ବ୍ରତ ଆଚରଣ କରିବେ।

Breaking News