Report Card Odisha

| Daily Odia News

ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ନାନା ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପତିପତ୍ନୀ ଉଭୟେ ମିଷ୍ଟାନ୍ନ ଭୋଜନରେ ଆନନ୍ଦ ଅନୁଭବ କରିବେ।
ବୃଷ: କଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି।
ମିଥୁନ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବଂଶ ମର୍ଯ୍ୟାଦା ରକ୍ଷା କରିବେ।
କର୍କଟ: କାର୍ଯ୍ୟ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ପ୍ରାପ୍ୟ ହାସଲ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପର ମୁହୂର୍ତ୍ତରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ।
ସିଂହ: ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଦେବ ଦର୍ଶନ ପାଇଁ ଆତ୍ମସନ୍ତୋଷ ଲାଭ କରିବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ।
କନ୍ୟା: ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନ ମିଳିବାର ସୁଯୋଗ ସୃଷ୍ଟି ହୋଇଛି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସହିଷ୍ଣୁ ହେବେ।
ତୁଳା: ଆୟ ଆଶାନୁରୂପ ହେବ। ସରକାରୀ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ବିବାଦୀୟ ବିତର୍କରୁ ଓହରି ଆସି କେବଳ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥା କହି ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଧର୍ମ କାର୍ଯ୍ୟରେ ଓ ସନ୍ତାନଙ୍କ ପାଇଁ ଧନ ବ୍ୟୟ କରିପାରନ୍ତି।
ଧନୁ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ସଫଳ ହେବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକସମ୍ପର୍କ ବୃଦ୍ଧି ହେବ।
ମକର: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ:କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ନମସ୍ୟ ହୋଇପାରନ୍ତି। ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ।
ମୀନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚାଳରେ ସତର୍କ ରହିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।

Breaking News