Report Card Odisha

| Daily Odia News

ପ୍ରଶଂସନୀୟ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସରକାରୀ ଚାକିରିରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବାହାର ଦେଶରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଚତୁଷ୍ପଦ ଗୃହପାଳିତ ପଶୁ ଦ୍ବାରା ଲାଭବାନ୍‌ ହୋଇପାରନ୍ତି। ସତ୍ୟନିଷ୍ଠ ହେବେ। କର୍ମଠ ହେବେ।
ବୃଷ: ସାଧୁ ସେବାରୁ ଧନ ପ୍ରାପ୍ତ ହେବା ସହିତ ସେହି ସାଧୁମାନଙ୍କ ହିତାର୍ଥେ ଓ ଅତିଥି ସତ୍କାରରେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। ଦେବପୂଜା ନୀରତ ହେବେ। ବ୍ରାହ୍ମଣମାନଙ୍କ ପ୍ରୀତିକାରୀ ହେବେ।
ମିଥୁନ: ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଅତିଥି ପରାୟଣ ହେବେ। ଦାରିଦ୍ର୍ୟ ଦୂରୀକରଣରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ପରୋପକାରରେ ନିଜକୁ ନିୟୋଜିତ କରି ଆତ୍ମ ତୃପ୍ତି ଲାଭ କରିବେ।
କର୍କଟ:ସଂଘର୍ଷମୟ ଜୀବନଯାପନ କରିପାରନ୍ତି। ପାନୀୟ ଜଳର ବିଶୁଦ୍ଧତା ଉପରେ ଦୃଷ୍ଟି ଦେଲେ ସ୍ବାସ୍ଥ୍ୟ ରକ୍ଷା ସମ୍ଭବ ହେବ। ଶତ୍ରୁମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଆବଶ୍ୟକ କରିବେ।
ସିଂହ: ସୁସ୍ବାଦୁ ଖାଦ୍ୟପେୟ ପାଇଁ ନିର୍ଲୋଭରେ ଧନ ବ୍ୟୟ କରିବେ। ନିଜେ ଖାଇ ଓ ଅନୁଗତମାନଙ୍କୁ ଖୁଆଇ ସନ୍ତୁଷ୍ଟ ହେବେ। ରାଷ୍ଟ୍ର ସମ୍ମାନ ଯୁକ୍ତ ହେବେ। ପର ସନ୍ତାନର ପୋଷକ ହୋଇ ସୁଖ୍ୟାତି ଅର୍ଜନ କରିବେ।
କନ୍ୟା: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କନ୍ୟାମାନେ ସହାୟତା ହୋଇ ନାନା ସଙ୍କଟରୁ ଆପଣଙ୍କୁ ରକ୍ଷା କରିପାରନ୍ତି। ଶତ୍ରୁମାନେ ଶତ୍ରୁତା ସାଧିବାରୁ ଅପସରି ଯିବେ। ସୁଖବୋଧ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ତୁଳା: ସନ୍ତାନମାନେ ସୁଶୀଳ, ଭଦ୍ର, ମନୋହର, କାନ୍ତିଯୁକ୍ତ ଓ ସେବା ପରାୟଣ ହେବେ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। କାର୍ଯ୍ୟକ୍ଷେତ୍ରରେ ଉଦ୍ୟମ ପ୍ରଶଂସନୀୟ ହେବ।
ବିଛା: କଠିନ ଶ୍ରମ, ନିଷ୍ଠାପର କର୍ତ୍ତବ୍ୟ ସମ୍ପାଦନ ଓ ପ୍ରତ୍ୟତ୍ପନ୍ନ ମତିସଂଯୁକ୍ତ କାର୍ଯ୍ୟ କରି ବିଭାଗୀୟ ଉଚ୍ଚାଧିକାରୀଙ୍କ ଦ୍ବାରା ପ୍ରଶଂସିତ ହେବା ସହିତ ପ୍ରୋତ୍ସାହନ ଅର୍ଥ ରାଶି ପ୍ରାପ୍ତିର ସୂଚନା ମିଳୁଛି। ଧର୍ମଜ୍ଞ ହେବେ।
ଧନୁ: ଶୂରମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ଧନୀ ଓ ଧର୍ମଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରିବେ। ରାଜସେବକ ଓ କୃପାଳୁ ବ୍ୟକ୍ତିଙ୍କ ସହିତ ମିତ୍ରତା ଦ୍ବିଗୁଣିତ ହେବ। ଆତ୍ମବାଦୀ ହୋଇପାରନ୍ତି।
ମକର: ବହୁ ଉପାୟରେ ଧନ ସଂଗ୍ରହ କରିବାରେ ସକ୍ଷମ ହେବେ। ରାଜସେବାରୁ ମଧ୍ୟ ଧନ ସଂଗ୍ରହ କରିପାରନ୍ତି। ସର୍ବୋପରି କୃଷି କ୍ରିୟାରୁ ଲାଭବାନ୍‌ ହେବେ। ଆର୍ଥିକ ସ୍ଥିତିକୁ ଉଚ୍ଚମାନର କରିବେ। କୀର୍ତ୍ତିମାନ୍‌ ହେବେ।
କୁମ୍ଭ: ବେଦ ପଥାବଲାମ୍ବି ହୋଇପାରନ୍ତି। ବୀରକର୍ମା ଓ ଧାର୍ମିକ ପ୍ରବୃତ୍ତିର ହେବେ। ଆପଣଙ୍କ କାର୍ଯ୍ୟ କଳାପ ଓ ନିଷ୍ଠାପର ଭାବ ଅସହିଷ୍ଣୁମାନଙ୍କର ଗାତ୍ରଦାହ କରିପାରେ। ନିଜ ଜିଦ୍‌ରେ ଅଟଳ ରହିବେ।
ମୀନ: ବେଳେବେଳେ ଅହଂଭାବ ଯୋଗଁୁ ଖର୍ଚ୍ଚାନ୍ତ ହୋଇ ଧନ କ୍ଷୟ କରିପାରନ୍ତି। ଖାଦ୍ୟ ଓ ପାନୀୟରେ ଧନ ବ୍ୟୟ କରିବେ। ଜନସାଧାରଣଙ୍କ ପରାମର୍ଶଦାତା ହେବେ। ସାହସୀ ହେବେ।

Breaking News