ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ:ଥଣ୍ଡାଜନିତ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ବୃଷ: ଆୟୁଷ୍ମାନ୍ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କୁଳ ପ୍ରଦୀପ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ଜୀବନ ମଧୁମୟ ହେବ।
କର୍କଟ:ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭୋଗୀ ଓ ବିଳାସୀ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ସିଂହ: କ୍ରୋଧ ସମ୍ବରଣ କରି ହିତପୋଦେଶ ଦେଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କେତେକ ସ୍ବାର୍ଥନ୍ବେଷୀ ବନ୍ଧୁ କରଛଡ଼ା ଦେଇପାରନ୍ତି। ବ୍ୟବସାୟରୁ ଲାଭ ହେବ। କନ୍ୟା:ଜଣେ ସମାଜସେବୀ ବ୍ୟକ୍ତିଭାବେ ଲୋକାଦ୍ରୁତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।
ତୁଳା: ଭ୍ରାତୃଭାବ ଅତୁଟ ରହିବ। ସ୍ବଳ୍ପ ଆୟ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କରିତ୍କର୍ମା ଓ ଜ୍ଞାନୀ ହେବେ।
ଧନୁ: ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି।
ମକର: ଆତ୍ମବିଶ୍ବାସୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର, ସମ୍ମାନ ପ୍ରାପ୍ତ ହେବେ।
କୁମ୍ଭ: ସୌଭାଗ୍ୟଶାଳୀ ହୋଇପାରନ୍ତି। ଜ୍ଞାନୀ, ଗୁଣୀଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ମିତ୍ରଙ୍କଠାରୁ ସହାୟତା ମିଳିବ।
ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବଳବାନ୍ ହେବେ। ମାଲିମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବ। ଧନସମ୍ପଦ ଭରପୂର ରହିବ। ଲୋକପ୍ରିୟ ହେବେ। ସମାଜରେ ଗୌରବ ପ୍ରାପ୍ତିର ସୂଚନା ମିଳୁଛି।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..