ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଅର୍ଥାଗମର ସୂଚନା ମିଳୁଛି। ନୀରୋଗ ଶରୀର ସମ୍ପନ୍ନ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶତ୍ରୁ ନାଶ ହେବ। ଗୃହ ପରିବେଶ ଉତ୍ତମ ମାନର ହେବ। ମାତୁଳ ହେତୁକ ମାନ ଭଙ୍ଗ ହେବ। ସୁସ୍ଥ ରହିବେ।
ବୃଷ: ସରକାରୀ ଅର୍ଥ ପାଇପାରନ୍ତି। ଲୋକଙ୍କ ବିରୋଧୀ ହୋଇପାରନ୍ତି। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ରାଜ କୃପା ମିଳିପାରେ।
ମିଥୁନ: ସୁଗୁଣ ସମ୍ପନ୍ନ ହେବେ। ଧନୀ ହୋଇପାରନ୍ତି। ସତ୍ପରାୟଣ ହେବେ। ସୁବର୍ଣ୍ଣ ଓ ପୁତ୍ର ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ଅଛି। ତ୍ୟାଗଶୀଳ ହେବେ। ଅବିବାହିତମାନେ ଶତ୍ରୁବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି।
କର୍କଟ:ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ।
ସିଂହ:ପତ୍ନୀ, ପୁତ୍ର ସହିତ ସୁଖୀ ଭୋଗୀ ହେବେ। ପବିତ୍ର ହୃଦୟବାନ୍ ହେବେ। ନିଜ ବୁଦ୍ଧି ପ୍ରୟୋଗ କରି ଲୋକଙ୍କୁ ଚମତ୍କୃତ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଚଳଣି ରାଜସିକ ହୋଇପାରେ। କନ୍ୟା:ଭାଗ୍ୟବାନ୍ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ସ୍ମରଣଶକ୍ତି ପ୍ରଖର ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ଗୁଣଜ୍ଞ ହୋଇପାରନ୍ତି।
ତୁଳା : ସାହସୀ ହେବେ। କୁଶଳତା ପୂର୍ବକ ନିଜର ଅଭିଳାଷ ପୂର୍ଣ୍ଣ କରିବେ। ବ୍ୟବସାୟ ଲାଭପ୍ରଦ ହେବ। ଦୟାଳୁ ସ୍ବଭାବର ହେବେ। ଯୌଥ ପରିବାର ସ୍ନେହୀ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି।
ବିଛା:ସୁନ୍ଦର ଓ କୋଳମ ଶରୀରସମ୍ପନ୍ନ ହେବେ। ପିତୃଭକ୍ତ ହେବେ। ସତ୍ୟବାଦୀ, ରମଣଶୀଳ, ମିତ୍ର ପ୍ରେମୀ ଓ ଭାଗ୍ୟବାନ୍ ହେବେ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ। ଅଧିକ କ୍ଷମତା ପାଇପାରନ୍ତି।
ଧନୁ: ଶାନ୍ତ, ନିପୁଣ, ସୁନ୍ଦର, ମେଧାବୀ ଓ ଜିତେନ୍ଦ୍ରୀୟ ହେବେ। ବିଦ୍ବାନ୍ ଓ ଦୟାଳୁ ସ୍ବଭାବର ହୋଇପାରନ୍ତି। ସତ୍ୟବକ୍ତା ଓ ମିତବ୍ୟୟୀ ହେବେ। ଦୁଷ୍ଟ ଭବ୍ୟ ଗ୍ରହଗୁଡ଼ିକ କବଳରୁ ରକ୍ଷା ପାଇପାରନ୍ତି। ସତର୍କର ଦିନ ଆଜି।
ମକର: ବିଳାସବ୍ୟସନରହିତ ଓ ଉପକାରୀ ହୋଇପାରନ୍ତି। ଜ୍ଞାନୀ, ଶାସ୍ତ୍ରଜ୍ଞ ଓ ଧାର୍ମିକ ପ୍ରବୃତ୍ତିର ହେବେ। ପରକଥା ଶୁଣି ନିଜର କ୍ଷତି କରିପାରନ୍ତି। ଚତୁର ଓ ନିଜ କର୍ମରେ ଦକ୍ଷ ହେବେ। ବ୍ୟୟ ଅଧିକ ହୋଇପାରେ।
କୁମ୍ଭ:ଶତ୍ରୁ ନାଶକ ଓ ଯଶସ୍ବୀ ହେବେ। ଶାସ୍ତ୍ର ଚିନ୍ତକ ହେବେ। ଉତ୍ତମ ଲେଖକ ହୋଇପାରନ୍ତି। ଧନ ଲାଭକାରୀ, ବିନୀତ ଓ ନିତ୍ୟାନନ୍ଦଯୁକ୍ତ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ। ଗୁଣବାନ୍ ହୋଇପାରନ୍ତି।
ମୀନ:ପିତାମାତା ଓ ଗୁରୁଜନଙ୍କ ଉପରେ ଭକ୍ତିଭାବଯୁକ୍ତ ହେବେ। ସ୍ବଅର୍ଜିତ ଧନରେ ଯାନବାହନ ସୁଖ ଭୋଗ କରିପାରନ୍ତି। ଲୋକମାନ୍ୟ ଓ ମନସ୍ବୀ ହୋଇପାରନ୍ତି। ବ୍ୟବହାର କୁଶଳ ଓ କବିତା ରଚନା କରିବେ।
More Stories
ପତ୍ନୀ ସୁଶୀଳା ହେବେ…..
ଯାନବାହନ ସୁଖ ମିଳିବ…..
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..